ବିବିସି କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ; କର୍ମଚାରୀଙ୍କ ମୋବାଇଲ ଜବତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତରେ ଥିବା ବିବିସିର ଏକାଧିକ କାର୍ଯ୍ୟାଳୟ ଉପରେ ଆଜି ଆୟକର ବିଭାଗ ପକ୍ଷରୁ  ଚଢାଉ କରାଯାଇଛି । ଦିଲ୍ଲୀ ସ୍ଥିତ  ବିବିସି କାର୍ଯ୍ୟକାଳୟ ଉପରେ ଆୟକର ବିିଭାଗ ଚଢାଉ କରି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ମୋବାଇଲ ଫୋନ ଜବତ କରାଯାଇଥିବା କୁହାଯାଉଛି । ଏଥି ସହ ସେମାନଙ୍କୁ କାର୍ଯ୍ୟାଳୟ ଛାଡି ଚାଲି ଯିବାକୁ ମଧ୍ୟ କୁହାଯାଇଛି। ସକାଳ ୧୧ଟା ୨୦ ମିନିଟରେ ଦିଲ୍ଲୀ କସ୍ତୁରବା ଗାନ୍ଧି ରୋଡ ସ୍ଥିତ ବିବିସି କାର୍ଯ୍ୟାଳୟ ଉପରେ ଆଇଟି ଅଧିକାରୀମାନେ ଚଢଉ କରିଥିଲେ । ସମସ୍ତ କର୍ମଚାରୀଙ୍କ ମୋବାଇଲ ଓ ଲାପଟପ ଜବତ କରି ନେଇଥିଲେ । ସର୍ଭେ ନ  ସରିବା ପର୍ଯ୍ୟନ୍ତ କାହାକୁ କାର୍ଯ୍ୟାଳୟକୁ ସିଲ କରିଦିଆ ଯାଇଛି ।ପରେ ଆୟକର ଅଧିକାରୀ ବିବିସି ଆକାଉଣ୍ଟ ଡିପାର୍ଟମେଣ୍ଟର କମ୍ପ୍ୟୁଟରରୁ ତଥ୍ୟ ସଂଗ୍ରହ କରୁଥିବା ମଧ୍ୟ ଜଣାଯାଇଛି । ଆକାଉଣ୍ଟ ବିଭାଗର କୌଣସି କର୍ମଚାରୀଙ୍କୁ ବାହାରକୁ ଯିବା ପାଇଁ କଟକଣା ଜାରି କରିିଛି ବିଭାଗ ।

ଏଥିସହିତ ବିବିସି ମୁମ୍ବାଇସ୍ଥିତ ବିବିସି କାର୍ଯ୍ୟାାଳୟ ଉପରେ ମଧ୍ୟ ଆଇଟି ପକ୍ଷରୁ ଚଢାଉ କରାଯାଇଛି ।  ଇନକମ ଟାକ୍ସ ବିଭାଗ ଅଧିକାରୀମାନେ ଏକ ସର୍ଭେ ପାଇଁ ଭେରିଫିକେସନ କରିବା ଲାଗି ବିବିସି ଅଫିସ ଯାଇଥିବା କୁହାଯାଉଛି । ଅନ୍ୟପକ୍ଷେ  ଲଣ୍ଡନରେ ଥିବା ବିବିସି କାର୍ଯ୍ୟାଳୟକୁ ମଧ୍ୟ ଚଢାଉ ବାବଦରେ ସୂଚନା ଦିଆଯାଇଛି ।

ଆୟକର ଚଢାଉ ସଂପର୍କରେ ଟିଏମସି ସାଂସଦ ମହୁଆ ମୋଇତ୍ରୀ  ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ସୂଚନାଥାଉ କି, କିଛିଦିନ ତଳେ ବିବିସି  ୨୦୦୨ ଗୁଜରାଟ ଦଙ୍ଗା ଉପର ଏକ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲା ଯାହାକୁ ନେଇ ବିବାଦ ଦେଖା ଦେଇଥିଲା ।   କେନ୍ଦ୍ର ସରକାର  ଏହି ଡକ୍ୟୁମେଣ୍ଟାରୀର ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏପରିକି ମାମଲା  ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ତେବେ  କୋର୍ଟ ଏହି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.