ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା ମ୍. ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଂଗେନ ପଂଚାୟତ ର ଧୂମାଭଟା ଠାରେ ସାକ୍ଷ୍ୟମ ଫାଉଣ୍ଡେସନ ସହାୟତା ରେ ସୁନାମୁଖୀ ନେଚର ଫ୍ରେଶ ଫାର୍ମର ପ୍ରଡୁସର କମ୍ପାନୀ ଲିଃ ର କାର୍ଯ୍ୟାଳୟ ଉଦଘାଟନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, ଯୁବନେତା ନୀଳ ମାଧବ ସିଂହଦେଓ , ସରପଞ୍ଚ ଡ.ସୁରେଶ କୁମାର ପଧାନ , ଭୁମିଦାତା ମକରନ୍ଦ ପ୍ରଧାନ, ଅଗ୍ରଣୀ ଚାଷୀ ସିଦ୍ଧେଶ୍ୱର ମିଶ୍ର, ଏଫ ପି ଓ ଉପଦେଷ୍ଟା ଜଗଦୀଶ ଦାସ ଏବଂ ଅନ୍ୟାନ ଅଗ୍ରଣୀ ଚାଷୀ ଯୋଗଦେଇଥିଲେ। ଏଥିରେ ଧିରେନ ପ୍ରଧାନ, ସୀତାକାନ୍ତ ମନହିରା, ସୀତାକାନ୍ତ ନାଇକ, ସୁରେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆଗାମୀ ଦିନରେ କୃଷି ଓ କୃଷକର ବିକାଶ ପାଇଁ ସ୍ଥାନୀୟ ଅଂଚଳରେ ଏହି କାର୍ଯ୍ୟାଳୟ ପଥ ପ୍ରଦର୍ଶକ ହେବବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।