୫ଦଫା ଦାବି ନେଇ ପିପଲଗୁଡା ଗ୍ରାମ ପଂଚାୟତ ବିକାଶ ପରିଷଦର ବିକ୍ଷୋଭ

ସ୍ୱାସ୍ଥ୍ୟ ସେବା ପାଇଁ ଜାଙ୍ଗିଲି ପିଏଚସିକୁ ସିଏଚସିରେ ପରିବର୍ତନ ଦାବି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପିପଲଗୁଡା ଗ୍ରାମ ପଂଚାୟତର ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବା, ଅଂଚଳରେ ମୋବାଇଲ୍ ନେଟୱାର୍କିଂ ବ୍ୟବସ୍ଥା ଯୋଗାଇବା, ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା,ଘରବାଡି ପଟ୍ଟା ପ୍ରଦାନ ସହ ପିପଲଗୁଡା ସମେତ ଅନ୍ୟ ୫ଟି ପଂଚାୟତର ଗ୍ରାମବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜାଙ୍ଗିଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଉନ୍ନତୀ କରିବା ଆଦି ୫ଦଫା ଦାବି ନେଇ ଆଜି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ପିପଲଗୁଡା ଗ୍ରାମ ପଂଚାୟତ ବିକାଶ ପରିଷଦ । ଆଜି ପରିଷଦର ସଂଯୋଜକ ତଥା ସମାଜସେବୀ ସତ୍ୟବାନ୍ ମାଣ୍ଡାଙ୍ଗିଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀ ପାର୍କ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ପିପଲଗୁଡା ଗ୍ରାମ ପଂଚାୟତର ଅଧିବାସୀମାନେ ସେମାନଙ୍କର ୫ଦଫା ଦାବି ପୂରଣ ନିମନ୍ତେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଂହଚି ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ପିପଲଗୁଡା ଗ୍ରାମ ପଂଚାୟତରେ ୪୦୦୦ରୁ ଉର୍ଦ୍ଧ ଜନସଂଖ୍ୟା ରହିଥିଲେ ମଧ୍ୟ ସରକାରଙ୍କ ଦ୍ୱାରା ଘୋଷିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ ୧୧ଜଣ ହିତାଧିକାରୀଙ୍କ ନାମ ଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଉକ୍ତ ଯୋଜନାରେ ହିତାଧିକାରୀ ତାଲିକା ପୁନର୍ବାର ଚୟନ କରାଯାଇ ଆହୁରି ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଗ କରିବା ପାଇଁ ଦାବି ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ସରକାର ଦେଶକୁ ଡିଜିଟାଲ ଇଣ୍ଡିଆ କରି ସଫଳ ହେବାକ୍‌ୁ ଯାଉଥିବା ବେଳେ ଦେଶର କୋଣ ଅନୁକୋଣରେ ଦୂରସଂଚାର କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବାହା ବାହା ନେଉଛନ୍ତି । ତେବେ ପିପଲଗୁଡା ଗ୍ରାମ ପଂଚାୟତ ସମେତ ବ୍ଳକର ଅନେକ ପଂଚାୟତବାସୀ ନେଟୱାର୍କିଂ ବ୍ୟବସ୍ଥାର ସୁବିଧା ନିମନ୍ତେ ଦାବି ଜଣଇଲେ ମଧ୍ୟ ତାହା ପୂରଣ ହୋଇପାରିନାହିଁ । ଫଳରେ ଜରୁରୀକାଳନୀ ୧୦୮ଆମ୍ବୁଲାନ୍ସ ସେବାକୁ ଯୋଗାଯୋଗ କରିବା, ବୃଦ୍ଧବୃଦ୍ଧାଙ୍କ ଭତା ଟଙ୍କା ଜମା ଖାତା ମାଧ୍ୟମରେ ପ୍ରଦାନ କରିବା, ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠ ପଢାରେ ବାଧାପ୍ରାପ୍ତ ଓ ଜନସେବା କେନ୍ଦ୍ର ଭଳି ସେବାରୁ ଅଂଚଳବାସୀ ଦୀର୍ଘ ବର୍ଷ ଧରି ବଂଚିତ ହେଉଛନ୍ତି । ତେଣୁ ତୁରନ୍ତ ଦୂରଭାସ ସେବା ଯୋଗଇବା ସହ ଘରବାଡି ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ଓ ଜାଙ୍ଗିଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର ଥିବା ୬ଗୋଟି ପଂଚାୟତବାସିନ୍ଦାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉନ୍ନତୀ କରିବା ଆଦି ଦାବି ଉଲ୍ଳେଖ ରହିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାବତୀ ମାଣ୍ଡାଙ୍ଗୀ,ସରପଂଚ ଶ୍ରୀମତି ରେଣୁକା ମାଣ୍ଡାଙ୍ଗି, ନାଏବ ସରପଂଚ ସିନାବାବୁ ଜିଲାକାରା, ରଂଜନ ଜିଲାକାରା, ଜୁମ୍ବାରା ଜିଲାକାରା,ନବୀନ ମାଣ୍ଡାଙ୍ଗି, ପଟି ମାଣ୍ଡାଙ୍ଗି, ଏଙ୍କନା କିଲାକା, ରାଜୁ ମାଣ୍ଡାଙ୍ଗିଙ୍କ ସମେତ ୫ଶହରୁ ଉର୍ଦ୍ଧ ଗ୍ରାମବାସୀ ଯୋଗ ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.