ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଚାଉଳରୁ ପାଞ୍ଚ କେଜି କାଟିଥିବା ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ୍ ସଭାପତି ମିନକେତନ ପୁଝାରୀଙ୍କ ନେତୃତ୍ବରେ ଆଜି ଜୟପାଟଣା ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିତେନ୍ଦ୍ର ନାରାୟଣ ସିଂହ ଦେଓ , ବରିଷ୍ଠ ବିଜେଡି ନେତା ସତ୍ୟ ନାରାୟଣ ଅଗ୍ରୱାଲ, ବ୍ଲକ ବିଜେଡି ସଭାନେତ୍ରୀ ପଙ୍କଜିନୀ ପଟ୍ଟନାୟକ, ଯୁବ ବିଜେଡି ସଭାପତି ଦିଳିପ ରାଉତ ପ୍ରମୁଖ ଯୋଗ ଦେଇଥିଲେ।
ଏହି ପ୍ରତିବାଦ ସଭାରେ ସମସ୍ତ ବାଇସୀ ଗୋଟି ପଞ୍ଚାୟତ ର ସଭାପତି, ସମ୍ପାଦକ ଏବଂ ଦଳୀୟ କର୍ମୀ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବୈମାତୃକ ନୀତି ବିରୁଦ୍ଧରେ ନାରାବାଜି କରିଥିଲେ। ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ଭାଷଣ ପ୍ରସଙ୍ଗ ରେ କହିଲେ କେନ୍ଦ୍ର ସରକାର ସବୁ ଯୋଜନାକୁ କାଟୁଥିବା ବେଳେ ଓଡ଼ିଶା କୁ ବୈମାତୃକ ମନୋଭାବ ପୋଷଣ କରି ବର୍ତ୍ତମାନ ଖାଦ୍ୟ ସୁରକ୍ଷା ଯୋଜନା ତଥା ଗରିବ କଲ୍ୟାଣ ଯୋଜନା ରେ ପାଉଥିବା ପାଞ୍ଚ କେଜି ଚାଉଳ କାଟିଦେଲେ ଏହା ଓଡ଼ିଶା ପ୍ରତି ଅନ୍ୟାୟ ନୁହେଁ ବୋଲି କହିଥିଲେ। ସଭା ଶେଷରେ ଏକ ସୋଭା ଯାତ୍ରା କରି ସ୍ମାରକ ପତ୍ର ମହାମହିମ ରାଷ୍ଟ୍ରପତିଙ୍କୁ ଜୟପାଟଣା ବ୍ଳକ ଉନ୍ନୟନ ଅଧିକାରୀ ସ୍ନିଗ୍ଧା ରାଣୀ ପ୍ରଧାନଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।