ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସ୍ଵର୍ଗତ ଦେବେନ୍ଦ୍ର ନାଥ ସ୍ବାଇଁଙ୍କ ଏକାଦଶାହରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କ ପୈତୃକ ଗ୍ରାମ କଦମପଡା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ଶରତ ଚନ୍ଦ୍ର ପରିଡା ଏଥିରେ ସଭାପତିତ୍ବ କରିଥିଲେ। ସ୍ଵର୍ଗତ ସ୍ବାଇଁ ଜଣେ ଉତ୍ତମ ସ୍ୱଭାବ ଓ ସଚ୍ଚୋଟ ବ୍ୟକ୍ତି ଭାବେ ସମାଜରେ ପରିଚିତ ଥିଲେ ବୋଲି ବକ୍ତା ମାନେ ପରିପ୍ରକାଶ କରିଥିଲେ। ଗ୍ରାମ ମହନ୍ତ ପ୍ରମୋଦ କୁମାର ରାଉତ, ଅଧିକାରୀ ମାନସ କୁମାର ସ୍ୱାଇଁ, ମୂରବୀ ସୁନାକର ଖୁଣ୍ଟିଆ, ସୁକାନ୍ତ କୁମାର ଗୋଛାୟତ, କେଦାର ନାଥ ସ୍ବାଇଁ, ସୁବାଷ ଚନ୍ଦ୍ର ଗୋଚ୍ଛାୟତ, ଉମାକାନ୍ତ ରାଉତ, ଲକ୍ଷ୍ମୀଧର ସାହୁ, ସୁଧାକର ଗୋଚ୍ଛାୟତ, ହୃଷୀକେଶ ବୈଠାଳୁ, ବିମଳ କିଶୋର ମହାନ୍ତି, ଶ୍ରୀରାମ ଚନ୍ଦ୍ର ସାହୁ, ପବିତ୍ର ମୋହନ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ଦାଶ, ନକୁଳ ସ୍ବାଇଁ, ବିଭୂତି ଭୂଷଣ ପ୍ରଧାନ, ନିର୍ମଳ ଚନ୍ଦ୍ର ପ୍ରଧାନ, କୃତିବାସ ଜେନା, ଶୁକଦେବ ସାହୁ, ଅଭିରାମ ଦଳାଇ, ଦର୍ଶନ ଗୋଚ୍ଛାୟତ, ପ୍ରଶାନ୍ତ କୁମାର ଜେନା, ବିଶ୍ୱଜିତ୍ ସ୍ବାଇଁ, ସୁମନ ଗୋଛାୟତ, ସତ୍ୟ ସୌଭାଗ୍ୟ ସ୍ବାଇଁ ଓ ଶୁଭ୍ରାଂଶୁ ଶେଖର ସ୍ବାଇଁ ପ୍ରମୁଖ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ୪୨ମୌଜା ବିକାଶ ପରିଷଦ ଉପଦେଷ୍ଠା ବୁଲେଇ ବେହେରା ସଭାକାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ୍ ପ୍ରଦାନ କରିଥିଲେ।