ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମେଗାପ୍ଲାନ୍

ଓଡ଼ିଆ ବାର୍ତ୍ତା/ ପାଟନା: ନିକଟରେ ପ୍ରମୁଖ ବିରୋଧୀ ଦଳ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ପାଟନାର ଦଳୀୟ କାର୍ଯ୍ୟାଳୟରେ ବିଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଏହି ନୂଆ ରଣନୀତି ବାବଦରେ ସୂଚନା ଦେଇଛନ୍ତି। ଏହି ଅବସରରେ ନୀତିଶ କୁମାର ମୋଦୀ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ ସେମାନେ ପ୍ରକୃତ କାମ ଅପେକ୍ଷା ପ୍ରଚାରକୁ ପ୍ରାଥମିକତା ଦେଉଛନ୍ତି। ଦିଲ୍ଲୀ ଗସ୍ତ ସମ୍ପର୍କରେ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ, ଆପ୍ ଏବଂ ବାମପନ୍ଥୀ ଦଳମାନଙ୍କ ସହ ଆମ ଆଲୋଚନା ହୋଇଛି। ବିରୋଧୀ ଏକତାକୁ ନେଇ ସମସ୍ତେ ସହମତି ପ୍ରକାଶ କରିଛନ୍ତି। ଅଧିକରୁ ଅଧିକ ବିରୋଧୀ ଦଳ ଓ ବ୍ୟକ୍ତିବିଶେଷଙ୍କୁ ଏକାଠି କରିବା ପାଇଁ ମୁଁ ଦେଶବ୍ୟାପୀ ଗସ୍ତ କରିବାକୁ ନିଷ୍ପତ୍ତି ନେଇଛି ବୋଲି ନୀତିଶ କହିଛନ୍ତି। ଅର୍ଥାତ୍ ନୀତିଶ କୁମାର ଏବେ ଅନ୍ୟ ବିରୋଧୀ ଦଳର ନେତାଙ୍କ ପରି ମୋଦୀ ବିରୋଧୀ ଦଳର ନେତାଙ୍କୁ ଭେଟିବେ ।ଆମେ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ କାମ କରିବାରେ ବିଶ୍ୱାସ ରଖୁଥିବାବେଳେ କେନ୍ଦ୍ରରେ ବସିଥିବା ବ୍ୟକ୍ତିମାନେ କେବଳ ବିଜ୍ଞାପନ ଉପରେ ଗୁରୁତ୍ୱ ଦେଉଛନ୍ତି। ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କର କୌଣସି ଅବଦାନ ନାହିଁ ଏବଂ ଦେଶର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଜେଡିୟୁ ସୁପ୍ରିମୋ କହିଛନ୍ତି। ଜେଡିୟୁ କାର୍ଯ୍ୟାଳୟରେ ପହଞ୍ଚିବା ପରେ ନୀତିଶ କୁମାରଙ୍କୁ ସ୍ୱାଗତ କରିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ନୀତିଶ କୁମାରଙ୍କ ଭଳି ବ୍ୟକ୍ତି ହେବା ଦରକାର ବୋଲି ଦଳୀୟ କର୍ମୀ ଓ ନେତା ନାରା ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.