ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/  ରାୟଗଡ଼ା (ଶିବ ନାରାୟଣ ଗୈାଡ): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ପାଳିତ ହୋଇ ଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ତଥା ଆଇନ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ସ୍ୱର୍ଗତ ଶ୍ରୀ ତ୍ରିପାଠୀଙ୍କ ଫୋଟ ଚିତ୍ର ରେ ପୁଷ୍ପ ଓ ଧୁପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଦିନିକିଆ ରାୟଗଡ ଗସ୍ତରେ ଆସିଥିବା ରାୟଗଡ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନୁ ସବ୍ୟସାଚୀ ନାୟକ ମଧ୍ୟରେ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସମ୍ମାନିତ ଅତିଥି ରୂପେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ରାୟଗଡ ପୌରାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା,ସେଞ୍ଚୁରୀୟାନ ୟୁନିଭେର୍ସିଟି ନିର୍ଦ୍ଦେଶକ ରାଜେଶ ପାଢ଼ୀ ପ୍ରମୁଖ ମଂଚାସୀନ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

Udyog Nursery
Udyogi Nursery

ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଡ଼ଃ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇ ୧୯୧୦ ମସିହା ଆଜିର ଦିନ ରେ ଜନ୍ମ ଗ୍ରହଣ କରି ପିଲାଟି ଦିନ ରୁ ଲୋକଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ସ୍ୱର୍ଗତ ଶ୍ରୀ ତ୍ରିପାଠୀ ୧୯୬୫ ରୁ ୧୯୬୭ ମସିହା ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ରହିବା ସହ ୧୯୭୧ ମସିହା ଯାଏଁ ବିରୋଧୀ ନେତା ଭାବେ ରାଜନୀତିରେ ରହିଥିଲେ ବୋଲି କହିବା ସହ ସ୍ବର୍ଗତ ଡ଼ଃ ତ୍ରିପାଠୀଙ୍କ ତ୍ୟାଗପୂର୍ଣ ଜୀବନ ଓ ଓଡ଼ିଶାର ବିକାଶ ପାଇଁ ତାଙ୍କର ଅବଦାନ ଏବଂ ନିଷ୍ଠାପର, ସାଧୁତା, ନିସ୍ୱାର୍ଥପରତା, ଶାନ୍ତ ସରଳ ଜୀବନଯାପନ ପାଇଁ ସ୍ବର୍ଗତ ଶ୍ରୀ ତ୍ରିପାଠୀ ଉଦାହରଣ ସୃଷ୍ଟି କରିଥିଲେ ବୋଲି କହିଥିଲେ |

ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାରକା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଡ଼ଃ. ସଦାଶିବ ତ୍ରିପାଠୀଙ୍କ ଆଦର୍ଶକୁ ଅନୁପ୍ରାଣିତ ହୋଇ ଆଜିର ଯୁବପିଢ଼ିଙ୍କୁ ପ୍ରେରଣା ଭାବେ ଗ୍ରହଣ କରି ସମାଜ ସେବା ପାଇଁ ଆଗକୁ ଆସିବ ପାଇଁ ନିଜ ବକ୍ତ୍ୟବରେ ପ୍ରକାଶ କରିଥିଲେ | ଅନ୍ୟ ଅତିଥିମାନେ ମଧ୍ୟ ସ୍ବର୍ଗତ ଶ୍ରୀ ତ୍ରିପାଠୀଙ୍କ ସଂଘର୍ଷ ଜୀବନ ଓ ସ୍ୱାଧୀନତା ସଂଗ୍ରାମୀ ଜୀବନ ଉପରେ ଉଦବୋଧନ ଦେଇଥିଲେ | ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ କାର୍ଯ୍ୟାଳୟର ପ୍ରାକ୍ଷେପିକ ପୀତବାସ ବିଶ୍ୱାଳ ସଂଯୋଜନା କରିଥିଲେ | କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷଙ୍କ ସହ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.