ସବୁ କରନ୍ତି ସମାନ, ଅଲଗା ନ ହେବା ପାଇଁ ଘରେ ରଖିଲେ ଗାର୍ଲଫ୍ରେଣ୍ଡ

ଫିଲ୍ମରେ ଯାଆଁଳା ଭାଇ କିମ୍ବା ଭଉଣୀଙ୍କ କାର୍ଯ୍ୟକଳାପ, ଜଣକୁ କଷ୍ଟ ହେଲେ ଆଉ ଜଣଙ୍କୁ କଷ୍ଟ ହେବା, ପରସ୍ପରଠାରୁ ଦୂରେଇ ନ ରହିପାରିବା ଆଦି ନିଶ୍ଚୟ ଦେଖିଥିବେ । କିନ୍ତୁ ବାସ୍ତବ ଜୀବନରେ, ଆପଣ ଏପରି ଯାଆଁଳା ଲୋକଙ୍କୁ କ୍ୱଚିତ୍ ଦେଖିବେ, ଯେଉଁମାନେ ପରସ୍ପରର ନିକଟତର ହୋଇଥିବେ । ତେବେ ଇଂଲଣ୍ଡର ଦୁଇ ଯାଆଁଳା ଭଉଣୀଙ୍କ କାର୍ଯ୍ୟକଳାପ ଏକ ହୋଇଥିବା ବେଳେ ଡ଼୍ରେସ, ମେକଅପ୍‌, ଜୋତା, କାନଫୁଲ ଆଦି ସମାନ କରିଥାନ୍ତିି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ଏହି ଯାଆଁଳା ଦୁଇଭଉଣୀ ସମଲିଙ୍ଗି ଅଟନ୍ତି । ଇଂଲଣ୍ଡରେ ରହୁନ୍ତି ୨୩ ବର୍ଷୀୟା ଯାଆଁଳା ଭଉଣୀ ଲିଣ୍ଡସେ ଏବଂ ଲୁସି ସ୍କଟ୍ । ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଉଭୟ ଏବେ ଖୁବ୍ ଚର୍ଚ୍ଚାରେ । ପିଲାଦିନରୁ ଦୁହେଁ ଏକାଠି ରହୁଛନ୍ତି । କେହି କାହାକୁ ଘଡ଼ିଏ ଛାଡ଼ି ରହିପାରନ୍ତି ନାହିଁ । ଡ଼୍ରେସ, ଚୁଡ଼ି, କାନଫୁଲ, ଜୋତା ଏକ ପ୍ରକାର ପିନ୍ଧିବା ସହ ଷ୍ଟାଇଲ ବି ଏକା କରନ୍ତି । ତେଣୁ ବାହାରକୁ ଗଲେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼େ । ୧୮ ବର୍ଷ ବୟସରେ ଲୁସି ପଢିବା ପାଇଁ କାନାଡ଼ା ଯାଇଥିଲେ । ଲିଣ୍ଡସେ ତାଙ୍କୁ ଛାଡ଼ି ରହିପାରିଲେ ନାହିଁ ଶେଷରେ ସେ ବି ଚାଲିଗଲେ ଲୁସିଙ୍କ ପାଖକୁୁ । ସବୁଠୁ ବଡ଼ କଥା ହେଲା ଉଭୟଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ । ଉଭୟ ପୁଅମାନଙ୍କ ଅପେକ୍ଷା ଝିିଅମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି । ଉଭୟଙ୍କର ଗର୍ଲଫ୍ରେଣ୍ଡ ଅଛନ୍ତି,  ଯିଏ ସେମାନଙ୍କ ପାଖରେ ରୁହନ୍ତି । ଲିଣ୍ଡସେ ଏବଂ ଲୁସି ପରସ୍ପରଠାରୁ ଅଲଗା ହେବାକୁ ଚାହୁଁ ନ ଥିଲେ, ତେଣୁ ସେମାନେ ନିଜ ଗର୍ଲଫ୍ରେଣ୍ଡଙ୍କୁ ଘରେ ରଖିଛନ୍ତି । ଲିଣ୍ଡସେଙ୍କ ଗର୍ଲଫ୍ରେଣ୍ଡର ନାମ ରୋଜି ହୋଇଥିବା ବେଳେ ଲୁସିଙ୍କ ସାଥୀ ଜାନୁଏଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.