ଡ଼ଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀକୁ ଅସମ୍ମାନର ପ୍ରତିବାଦ: କେସିଙ୍ଗା ଥାନାରେ ଅଭିଯୋଗ ପତ୍ର ଦାଖଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ରେଲୱେ ଷ୍ଟେସନ ଛକରେ ଥିବା ଭାରତରତ୍ନ ବାବାସାହେବ ଡ଼ଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀକୁ କିଛି ଦୁର୍ବୃତ୍ତ ଧଳା କପଡା ଘୋଡାଇ ଅସମ୍ମାନ କରିଥିଲେ । ଏହିକୁ ନେଇ ଆମ୍ବେଦକର ବାଦୀ ଓ ଜିଲ୍ଲାର ସଚେତନ ନାଗରିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏପରି ଏକ ଗ୍ରହୀତ ଅପରାଧ କରିଥିବା ଦୁର୍ବୃତ୍ତ ମାନଙ୍କୁ ଆଜି ପର୍ଯ୍ୟନ୍ତ ଧରିପାରି ନାହିଁ ପୋଲିସ । ଯାହା ପରିତାପର ବିଷୟ । ବିଗତ ଦିନରେ କଳାହାଣ୍ଡି ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଗୋବର ବୋଲା ଯାଇଥିଲା । ସେହି ସମୟରେ ଏହାକୁ ବିରୋଧ କରି ଏଫଆଇଆର ମଧ୍ୟ ହୋଇଥିଲା । ଜିଲ୍ଲା ପ୍ରଶାସନକୁ ଭେଟି ବାବାସାହେବ ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ସିସିଟିଭି  ଲଗାଇବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ପ୍ରଶାସନ ନୀରବ ରହିଲା । ବର୍ତ୍ତମାନ ସେହି ଭବାନୀପାଟଣାରେ ପୁଣି ଥରେ ବାବାସାହେବଙ୍କ ପ୍ରତି ଅସମ୍ମାନ କରାଯାଇଛି ‌। ଏଣୁ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ଜିଲ୍ଲାର ସମସ୍ତ ଆମ୍ବେଦକର ଷ୍ଟେଚ୍ୟୁରେ ସିସିଟିଭି କ୍ୟାମେରା ଲଗାଇବା,  କେସିଙ୍ଗାରେ ଥିବା ଡ଼ଃ ଆମ୍ବେଦକରଙ୍କ ଷ୍ଟେଚ୍ୟୁର ରକ୍ଷଣାବେକ୍ଷଣ କରିବା ଆଦି ଦାବି ନେଇ ‌ ଆଜି ସନ୍ଧ୍ୟାରେ ସମସ୍ତ ଆମ୍ବେଦକରବାଦୀ ସଂଗଠନ ପକ୍ଷରୁ କେସିଙ୍ଗା ଆଦର୍ଶ ଥାନାରେ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଏଥିରେ ଅଲ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ କେସିଙ୍ଗାରୁ ତେଜରାଜ ବେହେରା, ଗିରିଜା ବେହେରା, ଦୟାନିଧି ସୁନାନୀ, ଟିକେମନ ଦୀପଙ୍କ ସମେତ ଛୋଟୁ ଖାନ, ମହମ୍ମଦ ଆଗାଜାନ, ବିଷ୍ଣୁ ମଙ୍ଗରାଜ, ସନ୍ତୋଷ ମଙ୍ଗରାଜ, ତ୍ରିନାଥ ନାଏକ, ଗୋପାଳ ନାଏକ, କୃଷ୍ଣ ନାଗ, ପୁର୍ଣ୍ଣ ସୁନା, ଦୁଃଖି କୁମାର, ଡମ୍ବରୁ କରୁଆଁ, ପୁର୍ଣ୍ଣ କୁମାର୍, ସୁଶିଲ, ମନୋଜ, ରାଧେ ବାଗ, ନିପାନ ଦୀପ, ଧରମେଶ, ରାହୁଲ, ଭକ୍ତ, ଜିନ୍ଦା, ଧର୍ମୁ ଏବଂ ଏଓଏସସିଏଫର  ଜୟପ୍ରକାଶ ଜାଲ ଉପସ୍ଥିତ ରହି କେସିଙ୍ଗା ଆଦର୍ଶ ଥାନା ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.