ବକେୟା ରାଜସ୍ବ ଆଦାୟରେ ରାଜସ୍ବ ବିଭାଗର ସଫଳତା; ଜିଲ୍ଲାପାଳଙ୍କ ଦ୍ୱାରା ତହସିଲଦାରମାନେ ହେଲେ ପୁରସ୍କୃତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ ଜିଲ୍ଲାରେ ବକେୟା ରାଜସ୍ବ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଜିଲ୍ଲାର ରାଜସ୍ୱ କର୍ମଚାରୀ, ତହସିଲଦାର ମାନଙ୍କୁ ଜିଲ୍ଲାପାଳ ଆଜି ପୁରସ୍କୃତ କରିଛନ୍ତି l ଆଜି ସ୍ଥାନୀୟ ସଦଭାବନା ସଭା ଗୃହରେ ଅନୁଷ୍ଠିତ ରାଜସ୍ୱ ବୈଠକରେ ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ରାୟଗଡ ଉପଜିଲ୍ଲାପାଳ ଭୀମସେନ ଶବର, ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ସମେତ ଜିଲ୍ଲାର ୧୧ଗୋଟି ତହସିଲର ତହସିଲଦାର, ରାଜସ୍ୱ ସୁପରଭାଇଜର ଓ ରାଜସ୍ୱ ନିରୀକ୍ଷକ ମାନେ ଉପସ୍ଥିତ ରହି ରାଜସ୍ବ ଆଦାୟ କ୍ଷେତ୍ରରେ ଆଲୋଚନା କରିଥିଲେ l ଏହି ବୈଠକରେ ତହସିଲଦାର ମାନଙ୍କୁ ଦିଆଯାଇଥିବା ବକେୟା ରାଜସ୍ବ ଲକ୍ଷ୍ୟଧାର୍ଯ୍ୟ ପୂରଣ ଏବଂ ସଫଳତା ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ l ଉଲ୍ଲେଖନୀୟ ସଫଳତା ପାଇଁ ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ ସାର୍ଟିଫିକେଟ କେଶ ଫଇସଲା କ୍ଷେତ୍ରରେ ଗୁଡାରି ତହସିଲଦାର, ବିଦ୍ୟାଳୟ ଜମିଜମା ଫଇସଲା କ୍ଷେତ୍ରରେ ଗୁଣପୁର ତହସିଲଦାରଙ୍କୁ ଏବଂ ତାଙ୍କର ଟିମକୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ l

ସେହିପରି ମୁନିଗୁଡା ତହସିଲ ୨୦୨୨_୨୩ବର୍ଷରେ ବକେୟା ରାଜସ୍ବ ଆଦାୟରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ମୁନିଗୁଡା ତହସିଲ ଅନ୍ତର୍ଗତ ଶିବପଦର ରାଜସ୍ବ ନିରୀକ୍ଷକ ଏବଂ ତାଙ୍କ ଟିମକୁ ପ୍ରଥମ, ରାୟଗଡା ତହସିଲ ଅନ୍ତର୍ଗତ କୋମତାଲପେଟା ରାଜସ୍ୱ ନିରୀକ୍ଷକ ଏବଂ ତାଙ୍କ ଟିମକୁ ଦ୍ଵିତୀୟ ଏବଂ ମୁନିଗୁଡା ତହସିଲ ଅନ୍ତର୍ଗତ ଆମ୍ବଦଳା ରାଜସ୍ୱ ନିରୀକ୍ଷକ ଏବଂ ତାଙ୍କ ଟିମକୁ ତୃତୀୟ ସ୍ଥାନ ପାଇଁ ଜିଲ୍ଲାପାଳ ପୁରସ୍କାର ପ୍ରଦାନ କରିଥିଲେ l ରାୟଗଡା ତହସିଲ ଏବଂ ତାଙ୍କ ଟିମକୁ ନଥିପତ୍ର ରକ୍ଷଣାବେକ୍ଷଣ ଓ ଆରଓଆର ଅଧୁନାତନ କରିବାରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ l ରାମନାଗୁଡ଼ା ତହସିଲର ଗରଣ୍ଡା ଆରଆଇ, ପଦ୍ମପୁର ତହସିଲର ଆରଆଇ, କୋଲନରା ଆରଆଇକୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ,ଏବଂ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିବାରୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ l ସେହିପରି ସ୍ୱାମୀତ୍ୱ ଯୋଜନାର କାର୍ଯ୍ୟ କରିବାରେ ଗୁଡାରି ତହସିଲର ଢ଼େପାଗୁଡ଼ା ଆରଆଇ, ଗୁଣପୁର ତହସିଲର ଚାଲଖାମ୍ବା ଆରଆଇ ଓ ରାୟଗଡା ତହସିଲର ଗାଜିଗାଁ ଆରଆଇକୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ପ୍ରକାରେ ଜିଲ୍ଲାପାଳ ପୁରସ୍କୃତ କରିଥିଲେ | ବକେୟା ରାଜସ୍ବ ଆଦାୟ କ୍ଷେତ୍ରରେ ହେଉ କିମ୍ବା ଜିଲ୍ଲାର ସମସ୍ତ ତହସିଲରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ବିଭାଗୀୟ କାର୍ଯ୍ୟକ୍ରମ ଓ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ପାଳନ କରୁଥିବାରୁ ସେମାନେ ଉଲ୍ଲେଖନୀୟ ସଫଳତା ପାଇପାରୁଛନ୍ତି ତେଣୁ ସେମାନଙ୍କୁ ଉତ୍ସହିତ କରିବା ପାଇଁ ଆଜି ବୈଠକରେ ଜିଲ୍ଲାପାଳଙ୍କ ଠାରୁ ପୁରସ୍କାର ପାଇଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.