ପୂର୍ବତନ ରାଜ୍ୟସଭା ସାଂସଦଙ୍କ ବିରୁଦ୍ଧରେ ଟ୍ରକ୍ ମାଲିକ ସଂଘ ଅଭିଯୋଗ ପ୍ରସଙ୍ଗ: ଜିଲ୍ଳା ବିଜେପି କଲା ଇଡି ଓ ଏନଆଇଏ ତଦନ୍ତ ଦାବି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିଜୁ ଜନତା ଦଳର ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାୟଗଡା ଜିଲ୍ଳାର ତୁଙ୍ଗ ବରିଷ୍ଠ ନେତା ଏନ.ଭାସ୍କର ରାଓଙ୍କ ବିରୁଦ୍ଧରେ ରାୟଗଡା ଟ୍ରକ୍ ମାଲିକ ସଂଘ ପରିଚାଳନାରେ ଅନିୟମିତତା ଏବଂ ବେନିୟମ କାର୍ଯ୍ୟକଳାପ ସହ କୋଟି କୋଟି ଟଙ୍କା ବାଟମାରଣାକୁ ନେଇ ରାୟଗଡା ଥାନାରେ ଏତଲା ଦିଆଯାଇଥିଲା । ପରେ ଟ୍ରକ ମାଲିକ ସଂଘର ଏକ ବୈଠକରେ ଶ୍ରୀ ରାଓ ସଂଘରେ ନକ୍ସଲକୁ ଚାନ୍ଦା ଦେବା ନାମରେ ପୂର୍ବରୁ ଟଙ୍କା ଆଦାୟ କରୁଥିବା ଭଳି ଅଭିଯୋଗ ଉଠିଥିଲା । ତେବେ ଥାନରେ ଏତଲା ପରେ ମଧ୍ୟ ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଜିଲ୍ଳା କଂଗ୍ରେସ କମିଟି ପକ୍ଷରୁ ଗତକାଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଶ୍ନ କରାଯାଇଥିବା ବେଳେ ଆଜି ରାୟଗଡା ଜିଲ୍ଳା ଭାରତୀୟ ଜନତା ପାର୍ଟି ତରଫରୁ ଘଟଣାକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଓ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ଦାବି କରାଯାଇଛି । ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଳା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା ଟ୍ରକ ମାଲିକ ସଂଘ ପକ୍ଷରୁ କରାଯାଇଥିବା ବିଭିନ୍ନ ଅଭିଯୋଗ ମଧ୍ୟରୁ ନକ୍ସଲ ନାମରେ ଯେଉଁ ଅଭିଯୋଗ ରହିଛି ତାହାକୁ ଗୁରୁତ୍ୱ ଦେଇ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ବିରୁଦ୍ଧରେ ଏନଆଇଏ ତଦନ୍ତ ସହ ଦୀର୍ଘ ୪୦ବର୍ଷ ଟ୍ରକ ମାଲିକ ସଂଘ ପରିଚାଳନା କରି ବେନିୟମ ଭାବେ ପାଖାପାଖି ୧୨୦ କୋଟି କୋଟି ଟଙ୍କାର କାରବାର କରିଥିବା ଅଭିଯୋଗ ନେଇ ଏଥିରେ ଇଡି ପକ୍ଷରୁ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ମାଓ ପ୍ରବଣ ରାୟଗଡା ଜିଲ୍ଳାରେ ନକ୍ସଲ ନାମରେ ସଂଘ ଆଳରେ ଚାନ୍ଦା ଆଦାୟ କରିବା ଭଳି ଅଭିଯୋଗ ଯଦି ସତ୍ୟ ପ୍ରମାଣିତ ହୁଏ ତାହା ହେଲେ ଏହା ରାଷ୍ଟ୍ରଦ୍ରୋହ ଭଳି ଅପରାଧରେ ପରିଗଣିତ ହେବ । ତେଣୁ ଟ୍ରକ ମାଲିକ ସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଶାସକ ବିଜେଡି ସରକାର ଗୁରୁତ୍ୱ ଦେଇ ଏହି ଘଟଣାରେ ହସ୍ତକ୍ଷେପ କରି ତରୁନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଶ୍ରୀ ଉଲାକା । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା ବିଜେପି ସାଧାରଣ ସଂପାଦକ କିଶୋର ଚନ୍ଦ୍ର ପଣ୍ଡା, ବରିଷ୍ଠ ନେତା ପଦ୍ମନାଭ ଦାଶ ଓ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଉମେଶ ଖୋସଲା ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ କଂଗ୍ରେସ ଓ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂର୍ବତନ ରାଜ୍ୟସଭା ସାଂସଦଙ୍କ ବିରୁଦ୍ଧରେ ଯେଉଁ ନକ୍ସଲ ନାମରେ ଚାନ୍ଦା ଆଦାୟ ତଥା ସଂଘ ପରିଚାଳନାରେ ବେନିୟମ କାର୍ଯ୍ୟକଳାପ କରିଥିବା ଅଭିଯୋଗ ହେଉଛି ଏ ନେଇ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ରାଓଙ୍କ ତରଫରୁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ । ଘଟଣାକୁ ନେଇ ସମଗ୍ର ଜିଲ୍ଳାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଗାମୀ ଦିନରେ ଶ୍ରୀ ରାଓଙ୍କ ପ୍ରତିକ୍ରିୟା କଣ ରହିବ ସେ ନେଇ ଜିଲ୍ଳାବାସୀ ଅପେକ୍ଷା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.