କଳାହାଣ୍ଡି ଜିଲ୍ଲା କୁଲତା ସମାଜ ମଠା ପଧାନ ବଂଶ ସୁରକ୍ଷା କମିଟି ଗଠନ ଓ ସମାବେଶ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେସିଙ୍ଗା ବ୍ଲକ ଅଧମୁଣ୍ଡା ଗ୍ରାମର ରାମଖମ୍ବ ପୀଠଠାରେ କଳାହାଣ୍ଡି ଜିଲ୍ଲା କୁଲତା ସମାଜ ଅନ୍ତର୍ଗତ ମଠା ପଧାନ ପରିବାରର ବଂଶ ସୁରକ୍ଷା କମିଟି ଗଠନ ଓ ସମାବେଶ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଛି । କଳାହାଣ୍ଡି କୁଲତା ସମାଜର ସଭାପତି  କେସବ ଚନ୍ଦ୍ର ଭୋଇ, ସମ୍ପାଦକ ବିଜୟ କୁମାର ଭୋଇ, ବଂଶ ସୁରକ୍ଷା କମିଟିର ସଭାପତି କେସବ ଚନ୍ଦ୍ର ବିଶ୍ୱାଳ, ମନ୍ଦିର କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, କଳାହାଣ୍ଡି କୁଲତା ସମାଜର ମ଼ହିଲା ସଭାନେତ୍ରୀ ପ୍ରମିଳା ପଧାନ (ମୁର୍ସୀଙ୍ଗ) ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାବେଶରେ ଏକହଜାରରୁ ଅଧିକ ମଠା ପରିବାରର ବଂଶଜ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଅଧମୁଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିରରୁ ମସାଲ ଯାତ୍ରା ଓ ଆଜ୍ଞା ମାଳ ସହ, କୁଳତା ମାନଙ୍କର ଅଧିଷ୍ଠାତ୍ରୀ ଦେବୀ ମା ରଣେଶ୍ଵର ରାମଚଣ୍ଡୀଙ୍କର ପୂଜାର୍ଚ୍ଚନା କରା ଯାଇଥିଲା । ସର୍ବ ସମ୍ମତି କ୍ରମେ ଗୋବର୍ଦ୍ଧନ ପଧାନ (କର୍ଳାପଡା)ଙ୍କୁ ସଭାପତି, ଅର୍ଜ୍ଜୁନ ପଧାନ (ମୁର୍ସୀଙ୍ଗ) ଓ  ସୁଶାନ୍ତ ପଧାନ (ବିଜଖମନ) ଉପ-ସଭାପତି, ରୋହିତ ପଧାନ (ଅଧମୁଣ୍ଡା) ସମ୍ପାଦକ, ଉପଦେଷ୍ଟା କମିଟିରେ ଚିନ୍ତାମଣି ପଧାନ,  ମୂରଲୀଧର ପଧାନ, ଧର୍ମାନନ୍ଦ ପଧାନ, ଝସ କେତନ ପଧାନ,  ଟଙ୍କଧର ପଧାନ, ନିରୁପମା ପଧାନ, ସନ୍ତୋଷ କୁମାର ପଧାନ (ବାଙ୍କେଳ), ଯୁବକ ଗୋଷ୍ଠୀ ମଧ୍ୟରେ ଦୁଷ୍ମନ୍ତ କୁମାର ପଧାନ (କିକିଆ), ଉମେଶ ଚନ୍ଦ୍ର ପଧାନ (ଡୁଙ୍ଗୁରିଗୁଡା), ଝସକେତନ ପଧାନ, ଅଜିତ କୁମାର ପଧାନ (କଦମ୍ବ ଗୁଡା), ବଶିଷ୍ଠ ପଧାନ (କର୍ଳପଡା), ଭୁପେନ୍ଦ ପଧାନ ଓ ପ୍ରିତମ ପଧାନଙ୍କୁ ଚୟନ କରାଯାଇଛି । ଏହି ସମାବେଶରେ ନାରୀମାନଙ୍କର ସୁରକ୍ଷା, ନିଶା ନିବାରଣ, ବୟୋଜ୍ୟେଷ୍ଠ ମାନଙ୍କୁ ସମ୍ମାନ, ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ଶିକ୍ଷା, ସମାଜ ମଙ୍ଗଳ କାର୍ଯ୍ୟରେ ସମସ୍ତେ ଏକାଠି ହେବାକୁ ଆହ୍ୱାନ କରାଯାଇଛି । ଶେଷରେ ଯୁଗଲ କିଶୋର ପଧାନ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.