କଳାହାଣ୍ଡି ଜିଲ୍ଲାର ୧୧୫ ଓ ନର୍ଲାର ୧୨ ଗୋଟି 5t ସ୍କୁଲ ଲୋକାର୍ପିତ

ଅଭିଭାବକ ଓ ଛାତ୍ରଛାତ୍ରୀ ଭିଡିଓ କନ୍ଫରେନ୍ସିଂରେ ଦେଖିଲେ ସିଧାପ୍ରାସରଣ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ୫ଟି ହାଇସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ରେ କଳାହାଣ୍ଡି ଜିଲ୍ଲା ର ୧୧୫ଟି ରୂପାନ୍ତରିତ ହାଇସ୍କୁଲ ଆଜି ଲୋକର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଭିଡ଼ିଓ କନଫରେନ୍ସ ଜରିଆରେ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନଦନ ଜଣାଇବା ସଙ୍ଗେ ସଙ୍ଗେ ୫ଟି ଉପଯୋଗ ସମ୍ପର୍କରେ ସୂଚନା ଦେଇ ଟେକ୍ନୋଲୋଜି ଉପରେ ଗୁରୁତ୍ବ ଦେଇ ନିଜ ପ୍ରତିଭାର ପରିଚୟ ଦେବାକୁ ଆହ୍ବାନ କରିଥିଲେ।ଭବାନୀପାଟଣା ପୋଲିସ ହାଇସ୍କୁଲ ଠାରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ୧୨ ଗୋଟି ହାଇସ୍କୁଲ ସୋମବାର ଅପରାହ୍ନ ୫ ଘଣ୍ଟା ସମୟରରେ  ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି।

ଏହି କ୍ରମରେ ନର୍ଲା ବ୍ଲକର ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ, ଘଣ୍ଟମାଳ, ନିଶାଣପୁର, ସରିଆଁ, ଭୀମକେଲା ସହ ରୁପ୍ରା, ମାଣ୍ଡେଲ, ବାଗପୁର, ବାଲସିଙ୍ଗା, ବୁଦେଲଗୁମା, ସେରଗଡ, ଭାନପୁରର ବିଦ୍ୟାଳୟ ସମୂହ ୫ଟି ବିଦ୍ୟାଳୟ ଭାବେ ରୁପାନ୍ତରିତ ହୋଇଛି। ସ୍ଥାନୀୟ ସ୍ତରରେ ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ସ୍ଥାନୀୟ ଲୋକପ୍ରତିନିଧି ଓ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସନ୍ଧ୍ୟା ୬ ଘଣ୍ଟା ସମୟରେ ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଭୋଇଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଯୁବ ବିଜ୍ଞାନୀ ସନ୍ତୋଷ କୁମାର କର ଓ ଚକ୍ରଧର ସାଙ୍କ ଦ୍ଵାରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୫ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପିତ କାର୍ଯ୍ୟକ୍ରମ ଏଲଇଡି ମାଧ୍ୟମରେ ପ୍ରଦର୍ଶନର ସୁବ୍ୟବସ୍ଥା କରାଯାଇଥିଲା। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁବାଷ ଚନ୍ଦ୍ର ବରାଡ଼, କ୍ରୀଡା ଶିକ୍ଷକ ନାରାୟଣ ପଧାନ ଓ ଅନ୍ୟାନ୍ୟ ସହକାରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ, ପୁରାତନ ଛାତ୍ର ମୁକେଶ କୁମାର ଅଗ୍ରୱାଲ, କୁମୁଦ ନାଏକ, ହମେଶ ଜୈନ, ବିମଲ କୁମାର କେଡ଼ିଆ, କୁମର, ଚିନ୍ମୟ ସେଠୀ, ଅମର ରାଉତ, ସର୍ଗିଗୁଡା ସରପଞ୍ଚ ଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ, ବିନାୟକ ମହନ୍ତଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ଉପସ୍ଥିତ ରହି ୫ଟି ସ୍କୁଲ ଲୋକାର୍ପିତ କାର୍ଯ୍ୟକ୍ରମର ସିଧାପ୍ରାସରଣ ଦେଖିଥିଲେ ।

ସେହିଭଳି ମାଣ୍ଡେଲ, ଘଣ୍ଟମାଳ, ରୁପ୍ରା, ଭୀମକେଲା ହାଇସ୍କୁଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭିଡିଓ କନଫରେଂସିଂ ମାଧ୍ୟମରେ ଲୋକାର୍ପିତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ରୁପ୍ରା ହାଇସ୍କୁଲରେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସଦସ୍ୟା ନମ୍ରତା ସାହୁ, ସରପଞ୍ଚ ଡୋଲି ବେହେରା, ପଦ୍ମଲୋଚନ ଜାଲ, ଦେବେନ୍ଦ୍ର ସା ପ୍ରମୁଖ ଉପସ୍ଥିତ ରହି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ନିଜେ କାର୍ଯ୍ୟକ୍ରମ ଦେଖିଥିଲେ । ଶିକ୍ଷାର ବିକାଶ ନିମନ୍ତେ ବିଦ୍ୟାଳୟ ଗୁଡ଼ିକର ଉନ୍ନତି କରଣକୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ଥାନୀୟ ସ୍ତରରେ ପ୍ରଶଂସା କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.