୧୮ନମ୍ବର ସହ କୋହଲିଙ୍କ କ’ଣ ରହିଛି ଖାସ ସମ୍ପର୍କ

ଓଡ଼ିଆ ବାର୍ତ୍ତା/ ବାଙ୍ଗାଲୋର: ଭାରତର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ୧୮ ନମ୍ବର ସହ ଏକ ଖାସ ସମ୍ପର୍କ ରହିଛି । ଏହି ନମ୍ବର ତାଙ୍କ ପାଇଁ ସର୍ବଦା ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ଏପରିକି ହାଇଦ୍ରାବାଦ ବିପକ୍ଷରେ ସେ ୧୮ ତାରିଖରେ ଶତକ ମାରିଛନ୍ତି । ଏଥିସହ ଆଇପିଏଲରେ ସର୍ବାଧିକ ଶତକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ତାଙ୍କ କ୍ରିକେଟ କ୍ୟାରିୟରରେ ୧୮ ନମ୍ବର ସ୍ୱତଃ ଯୋଡି ହୋଇ ଯାଇଥିଲା । ୧୯ ବର୍ଷରୁ କମ ଭାରତୀୟ ଟିମରେ ତାଙ୍କୁ ଏହି ନମ୍ବର ଥିବା ଜର୍ସି ପ୍ରଦାନ କରାଯାଇଥିଲା । ବାସ ଏହା ପରେ ଆରମ୍ଭ ହୋଇଥିଲା ତାଙ୍କର ୧୮ ନମ୍ବର ସହ କନେକ୍ସନ । ୧୮ ଅଗଷ୍ଟ ୨୦୦୮ରେ ସେ ଭାରତ ପକ୍ଷରୁ କ୍ରିକେଟ ଖେଳିବା ସୁଯୋଗ ପାଇଥିଲେ । ୧୮ ଡିସେମ୍ବର ୨୦୦୬ରେ ତାଙ୍କ ବାପାଙ୍କ ପରଲୋକ ହୋଇ ଯାଇଥିଲା । ୨୦୧୬ ମେ ୧୮ରେ ସେ ବାଙ୍ଗାଲୋର ପକ୍ଷରୁ ଆଇପିଏଲରେ ଶତକ ମାରିଥିଲେ । ଏହି ମ୍ୟାଚ ପୂର୍ବରୁ ସେ ଆଘାତପ୍ରାପ୍ତ ଥିଲେ । ୧୮ ମେ ୨୩ରେ ସେ ପୁନର୍ବାର ଆଇପିଏଲରେ ଶତକ ମାରି ବାଙ୍ଗାଲୋରର ପ୍ଲେଅଫ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛନ୍ତି । ସେ ଚଳିତ ସିଜନରେ ଜବରଦସ୍ତ ଫର୍ମରେ ରହିଛନ୍ତି । ୧୩ ମ୍ୟାଚରେ ୪୪.୮୩ ଆଭରେଜରେ ୫୩୮ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୬ ଅର୍ଦ୍ଧଶତକ ସାମିଲ । ବାଙ୍ଗାଲୋର ତାର ଶେଷ ଲିଗ ମ୍ୟାଚ ୨୧ ମେରେ ଗୁଜରାଟ ବିପକ୍ଷରେ ଖେଳିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.