ବଦଳିଲା ‘ଟାଇମ୍ସ ଅଫ୍ ଇଣ୍ଡିଆ’ ଏବଂ ‘ଟାଇମ୍ସ ନାଓ’ ଚ୍ୟାନେଲର ମାଲିକାନା, ଜାଣନ୍ତୁ ନୂଆ ମାଲିକ..

ମୁମ୍ବାଇ: ଦେଶରେ ବହୁଳ ପ୍ରସାରିତ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଏବଂ ଇଂରାଜି ନ୍ୟୁଜ ଚ୍ୟାନେଲ ଟାଇମ୍ସ ନାଓର ମାଲିକାନା ବଦଳିଛି। ଯାହା ଟାଇମ୍ସ ଗ୍ରୁପ ଦ୍ବାରା ପରିଚାଳିତ ହେଉଥିଲା। ଦୀର୍ଘ ଦିନ ହେବ ସାହୁ ଜୈନ ପରିବାରର ପାରିବାରିକ ବ୍ୟବସାୟ (ଟାଇମ୍ସ ଗ୍ରୁପ)କୁ  ନେଇ ଯେଉଁ ବିବାଦ ଲାଗିଥିଲା ତାହା ଏବେ ସମାଧାନ ହୋଇଛି। ଟାଇମ୍ସ ଗ୍ରୁପ ଦୁଇ ଭାଇଙ୍କ ମଧ୍ୟରେ ଭାଗବଣ୍ଟା ହୋଇ ବିବାଦର ଅନ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ସମୀର ଜୈନ ଓ ବିନୀତ ଜୈନଙ୍କ ମଧ୍ୟରେ ଟାଇମ୍ସ ଗ୍ରୁପ ଭାଗବଣ୍ଟା ହେବ ବୋଲି ନିଷ୍ପତ୍ତି ହୋଇଛି। ଦୁଇ ଭାଇଙ୍କ ମଧ୍ୟରେ ବିଭିନ୍ନ ବ୍ୟବସାୟର ମାଲିକାନାକୁ ଦର୍ଶାଇ ଗତକାଲି ରାତିରେ ଏପରି ଏକ ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି।

Omkar Vasthu
Omkar Vasthu

ମିଳିଥିବା ସୂଚନା ଅନୁସାରେ ସମୀର ଜୈନ ପ୍ରିଣ୍ଟ୍ ବ୍ୟବସାୟର ମାଲିକାନା ଗ୍ରହଣ କରିବେ। ଯେଉଁଥିରେ ଭାରତ ଏବଂ ସାଉଥ୍-ଏସିଆର ସର୍ବବୃହତ ପ୍ରକାଶନ କମ୍ପାନୀ ବେନେଟ୍, କୋଲମ୍ୟାନ୍ ଆଣ୍ଡ୍ କମ୍ପାନି ଲିମିଟେଡ୍ (ବିସିସିଏଲ୍) ଅନ୍ତର୍ଭୁକ୍ତ। ଏହାବ୍ୟତୀତ ସମୀରଙ୍କ ପାଖରେ ଡିଜିଟାଲ୍ ସମ୍ପତ୍ତି ମଧ୍ୟ ରହିବ ଯାହା ପ୍ରିଣ୍ଟ୍ ବ୍ୟବସାୟ ସହିତ ସଂଶ୍ଳିଷ୍ଟ।

Pearl dental clinic
Near Ashish Medical Store, Bhawanipatna

ଅନ୍ୟପକ୍ଷରେ ବିନୀତ ଜୈନ ପ୍ରସାରଣ, ରେଡିଓ ଏବଂ ମନୋରଞ୍ଜନ ବ୍ୟବସାୟ ସହିତ ସେମାନଙ୍କ ସହ ଜଡିତ ଡିଜିଟାଲ ସମ୍ପତ୍ତିର ମାଲିକାନା ଗ୍ରହଣ କରିବେ। ଏଥିରେ ନ୍ୟୁଜ୍ ଏବଂ ଇଂରାଜୀ ମନୋରଞ୍ଜନ ଟିଭି ଚ୍ୟାନେଲ ସହିତ ଟାଇମ୍ସ ନେଟଓ୍ୱର୍କ ମଧ୍ୟ ସାମିଲ ରହିଛି।

Udyog Nursery
Udyogi Nursery

ଏହା ବ୍ୟତୀତ ଇଣ୍ଟରନେଟ୍ ଟେକ୍ନୋଲୋଜି କମ୍ପାନୀ ଟାଇମ୍ସ ଇଣ୍ଟରନେଟ୍ ଏବଂ ରିୟଲ ଇଷ୍ଟେଟ୍ ଡିଭିଜନ୍କୁ ସମୀର ଏବଂ ବିନୀତଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯିବ। ଟାଇମ୍ସ ଗ୍ରୁପର ବଳକା ସମ୍ପତ୍ତିର ସନ୍ତୁଳିତ ଓ ସମାନ ଭାଗବଣ୍ଟା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।

ଶିଳ୍ପପତି ହର୍ଷ ଗୋଏଙ୍କା ଏକ ଟ୍ୱିଟ୍ ମାଧ୍ୟମରେ ଟାଇମ୍ସ ଗ୍ରୁପ ମଧ୍ୟରେ ଭାଗବଣ୍ଟା ଖବରକୁ ସୁନିଶ୍ଚିତ କରିନ୍ତି। ସମୀର ଜୈନ ପ୍ରିଣ୍ଟ୍ ବ୍ୟବସାୟର ମାଲିକ ଏବଂ ବୀନିତ ଡିଜିଟାଲ୍, ଟିଭି ଏବଂ ମନୋରଞ୍ଜନ ବ୍ୟବସାୟର ମାଲିକାନା ବୋଲି ସେ କହିଛନ୍ତି।

ସମୀର ଜୈନ ଏବଂ ବିନୀତ ଜୈନଙ୍କ ମଧ୍ୟରେ ହୋଇଥିବା ବିଭାଜନ ସମାଧାନ ଦୀର୍ଘ ଦିନର ବିବାଦର ଅବସାନ ଘଟାଇଛି ଏବଂ ନିଜ ନିଜ ପରିଚାଳନାରେ ପ୍ରିଣ୍ଟ ଏବଂ ଡିଜିଟାଲ ବ୍ୟବସାୟର ସ୍ୱାଧୀନ ଅଭିବୃଦ୍ଧି ଏବଂ ବିକାଶ ପାଇଁ ମାର୍ଗ ପ୍ରଶସ୍ତ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.