ଦେବ ଦମ୍ପତିଙ୍କ ବିବାହ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ସ୍ଥିତ ବିଜେ  ଶ୍ରୀ ଶ୍ରୀ ରାମେଶ୍ୱରଙ୍କ ବିବାହ ଉତ୍ସବ ଆଜି ଅନୁଷ୍ଠିତ ହେଇ ଯାଇଚି । ପ୍ରଥମରେ ଶିବ ମନ୍ଦିର ଠାରୁ ଏକ ବିରାଟ ଶୋଭା ଯାତ୍ରା ସହର ପରିକ୍ରମା କରିଥିଲେ । ଏହି ପରିକ୍ରମାରେ ବିଭିନ୍ନ ସାଂସ୍କୃତିକ ଦଳ, ଲୋକ ନୃତ୍ୟ, ଲୋକ ବାଦ୍ୟ ସାମିଲ ହେଇ ଦେବ ଦେବ ମହାଦେବଙ୍କୁ କନ୍ୟା ପିତାଙ୍କ ଘର ଅଭିମୁଖେ ତୁଜଙ୍ଗ ଯାଇଥିଲେ । ଚଳିତ ଥର ବର ପିତା ଡ଼କ୍ଟର ବେହେରା ସପତ୍ନିକ ଓ କନ୍ୟା ପିତା ଭାବରେ ରୋହିତ ସାହୁ ସପତ୍ନୀକ ଦାୟିତ୍ଵ ନିର୍ବାହ କରୁଛନ୍ତି । ଶିବ ମନ୍ଦିର ପରିଚାଳନା କମିଟିର ସଭାପତି ଚିତ୍ତ ରଂଜନ ବାଗ, ସମ୍ପାଦକ ଶିବ ପ୍ରସାଦ ପଟ୍ଟନାୟକ, ପୂଜକ ପିତାମ୍ବର ତ୍ରିପାଠୀ ଓ ଅମରେଶ ଶତପଥୀଙ୍କ ସମେତ କମିଟିର ସଦସ୍ୟ, ଗ୍ରାମବାସୀମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଆସନ୍ତା କାଲି ଦେବ ଦମ୍ପତ୍ତି ମନ୍ଦିର ପ୍ରତ୍ୟାବର୍ତ୍ତନର କାର୍ଯ୍ୟକ୍ରମ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.