ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଭାଗୃହ ଠାରେ ତୃତୀୟ ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ଶ୍ରୀମତୀ କୁନୀସାହୁଙ୍କ ସଭାପତିତ୍ବରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଵିଡିଓ ସୁଶ୍ରୀ ସୂଚରିତା ମୁଗ୍ରୀ, ବ୍ଳକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲାପରିଷଦ ସଭ୍ୟ କ ଯୋନ ମହେନ୍ଦ୍ର ରଣା, ଜିଲ୍ଲା ପରିଷଦ ସଭ୍ୟ ଖ ଯୋନ ସୁରେଶ ଚୋଧୁରୀ ଯୋଗଦେଇ ଶିକ୍ଷା, ସ୍ଵାସ୍ଥ୍ୟ , ଗମନାଗମନ ଉପରେ ଆଲୋଚନା କରିଥିଲେ। କର୍ଲାମୁଣ୍ଡା ବ୍ଳକର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ସମେତ ବିଭିନ୍ନ କର୍ମଚାରୀ ଉପସ୍ଥିତ ଥିଲେ।