ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ତାଳୁକା ପନ୍ଦରା ସମାଜର ୨୨ତମ ବାର୍ଷିକ ଉତ୍ସବ ଖଲ୍ଲିକୋଟ ସ୍ଥିତ ବରାଳୟ ବାଲୁକେଶ୍ଵର ମନ୍ଦିର ପରିସର ଅନୁଷ୍ଠିତ ହୋଇଯାଇଛି। ତାଳୁକା ସଭାପତି ପଦ୍ମଚରଣ ବାଡ଼ତ୍ୟାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ପାଦକ ପ୍ରଶାନ୍ତ କୁମାର ବାଡ଼ତ୍ୟା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଳୁକାର ଉପ-ସଭାପତି ପଙ୍କଜ ବାଡ଼ତ୍ୟା, ସହସମ୍ପାଦକ ଦିଲୀପ କୁମାର ବାଡ଼ତ୍ୟା, କୋଷାଧ୍ୟକ୍ଷ ଭଗବାନ ବାଡ଼ତ୍ୟା, ସାଙ୍ଗଠନିକ ସଭ୍ୟ ରାଧାଶ୍ୟାମ ବାଡ଼ତ୍ୟା, କୁଳପୁଜକ ଅଜିତ କୁମାର ବେହେରା ଓ ସମ୍ମାନିତ ଅତିଥି ଭାବେ ସୁକାନ୍ତ କୁମାର ବାଡ଼ତ୍ୟା ପ୍ରମୁଖ ଯୋଗ ଦେଇ ପନ୍ଦରା କୁଳର ସାମାଜିକ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ ଅଂଶ କରିଥିଲେ। ଏହି ଉତ୍ସବରେ ତାଳୁକା ଅନ୍ତର୍ଗତ ୬ ଗୋଟି ପଂଚାୟତର ସଭାପତି ଓ ସମ୍ପାଦକମାନେ ଯୋଗ ଦେଇଥିଲେ। ବୈଠକରେ ଏକ ମହିଳା ଓ ଯୁବ ସଂଗଠନ ଗଢିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ବାଲ୍ୟ ବିବାହ ରୋକିବା, ଗରିବ ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନରେ ପନ୍ଦରା ସମାଜ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଆସିଥିବା ପ୍ରସ୍ତାବ ଆଲୋଚନା ପରେ ଗୃହୀତ ହୋଇଥିଲା l