ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏଥିରେ ବର୍ତ୍ତମାନ ରେଳ ବ୍ୟବସ୍ଥାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ବିଶ୍ଳେଷଣ କରି ବ୍ୟବସ୍ଥାକୁ ଆହୁରି ମଜଭୁତ କରିବାକୁ ଏକ କମିଟି ଗଠନ କରି ତଦନ୍ତ କରିବାକୁ ଦାବି ହୋଇଛି।

Omkar Vasthu
Omkar Vasthu

ଏହି ଆବେଦନରେ ରେଳ ବ୍ୟବସ୍ଥାରେ ସାମ୍ପ୍ରତିକ ବିପଦ ଏବଂ ନିରାପତ୍ତା ପାରାମିଟରଗୁଡିକର ବିଶ୍ଳେଷଣ ଓ ସମୀକ୍ଷା କରି ବ୍ୟବସ୍ଥିତ ନିରାପତ୍ତା ପାଇଁ ପରାମର୍ଶ ଦେବାକୁ ଟେକ୍ନିକାଲ ବୈଷୟିକ ସଦସ୍ୟଙ୍କୁ ନେଇ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଦାବି ହୋଇଛି।

Pearl dental clinic
Near Ashish Medical Store, Bhawanipatna

ଏହି କମିଟି ବେଶ୍ଳେଷଣ କରିବା ପରେ ରେଳ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାକୁ ପାଇଁ ଏକ ବ୍ୟବସ୍ଥିତ ସୁରକ୍ଷା ସଂଶୋଧନ ରିପୋର୍ଟଟ ସୁପ୍ରିମକୋର୍ଟଙ୍କୁ ଦେବେ। ଏନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଜନସ୍ୱାର୍ଥ ମାମଲାରେ ଆବେଦନ କରାଯାଇଛି।

Udyog Nursery
Udyogi Nursery

ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ଭାରତୀୟ ରେଳବାଇରେ ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ୍ (କବଚ) ସିଷ୍ଟମ ଲାଗୁ କରିବାକୁ ନିର୍ଦ୍ଦେଶାବଳୀ ଓ ନିର୍ଦ୍ଦେଶନାମା ଜାରି କରିବାକୁ ଆବେଦନରେ କୁହାଯାଇଛି। ସୁପ୍ରିମକୋର୍ଟର ଓକିଲ ବିଶାଲ ତିୱାରୀ ଏହି ମାମଲା ଦାୟର କରିଛନ୍ତି।

ଏଥିରେ କୁହାଯାଇଛି ଯେ କବଚ ଓ ଅନ୍ୟ ସୁରକ୍ଷା ମାନର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ହେବା ଉଚିତ୍। ରେଳ ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ସହ ଦୁଇମାସର ଭିତରେ ବିଶେଷଜ୍ଞ କମିଟି ସମସ୍ତ ରିପୋର୍ଟ ଦୁଇମାସ ଭିତରେ କୋର୍ଟରେ ଦାଖଲ କରିବା ଉଚିତ ବୋଲି ଆବେଦନରେ ଦର୍ଶାଯାଇଛି।

ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭୫: ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

ସପଟେ ଟ୍ରେନ୍ ଦୁର୍ଘଟଣାରେ ମୃତକ ସଂଖ୍ୟା ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ । ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଜିଲ୍ଲାପାଳଙ୍କ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ୨୭୫ ହୋଇଛି ଏବଂ ଏ ନେଇ ଜିଲ୍ଲାପାଳ ସରକାରଙ୍କୁ ଲିଖିତ ତଥ୍ୟ ଦେଇଥିବା ସେ ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ କହିଥିଲେ, ଗତକାଲି ଗଣନାରେ ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ରହିଥିଲା । ତେବେ ପୂର୍ବରୁ ମୃତଦେହକୁ ୨ ଥର ଗଣା ଯାଇଥିଲା । ଫଳରେ ଏହାର ସଂଖ୍ୟା ଅଧିକ ହୋଇଥିଲା । ଏବେ ସଠିକ ଗଣନା ପରେ ପରେ ମୃତ୍ୟୁ ସଂଖ୍ୟା ୨୭୫ ରହିଥିବା ସେ କହିଛନ୍ତି । ମୃତକଙ୍କ ମଧ୍ୟରୁ ୮୮ ଜଣଙ୍କୁ ଚିହ୍ନଟ କରାଯାଇଛି । ୧୮୭ ମୃତଦେହ ଏ ଯାଏ ଚିହ୍ନଟ ହୋଇନାହିଁ । ମୃତଦେହକୁ ଭୁବନେଶ୍ୱର ଏମ୍ସରେ ରଖାଯାଇଛି । ସମ୍ପର୍କୀୟମାନେ ସେଠାକୁ ଯାଇ ଚିହ୍ନଟ କରି ପାରିବେ ।

ଏଥସହିତ ଦୁର୍ଘଟଣାରେ ୧୧୭୫ ଆହତ ହୋଇଛନ୍ତି । ସେମାନଙ୍କୁ ସୋରୋ, ବାଲେଶ୍ୱର, ଭଦ୍ରକ ଏବଂ କଟକରେ ଚିକିତ୍ସିତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୩୩୬ ଜଣଙ୍କୁ ଡିସଚାର୍ଜ କରାଯାଇ ସାରିଲାଣି ।

ମୃତ୍ୟୁ ସଂଖ୍ୟାକୁ ନେଇ ଥିଲା ଦ୍ୱନ୍ଦ୍ୱ

ସୂଚନାଥାଉ କି, ଗତକାଲି ରେଳବାଇ ପକ୍ଷରୁ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କୁହାଯାଇଥିଲା । ଶୁକ୍ରବାର ଘଟିଥିବା ବାହାନାଗା ୩ଟି ଟ୍ରେନ ଦୁର୍ଘଟଣାରେ ଶତାଧିକ ଆହତ ହୋଇଥିଲେ । ଅନେକ ଆହତ ଭୁବନେଶ୍ୱର, ବାଲେଶ୍ୱର ଏବଂ କଟକ ଏସସିବିରେ ଚିକିତ୍ସାଧୀନ ରହିଛନ୍ତି। ଦୁର୍ଘଟଣାରେ  ପ୍ରାଣ ହରାଥିବା ଓଡ଼ିଶା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

ଏହାପୂର୍ବରୁ ରେଳ ମନ୍ତ୍ରାଳୟ ମଧ୍ୟ ମୃତକଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ଗୁରୁତରଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.