‘ମୋ ଘର’ ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା ବୈଠକ

ବ୍ୟାପକ ପ୍ରଚାର ପ୍ରସାର ଉପରେ ଜିଲ୍ଲପାଳଙ୍କ ଗୁରୁତ୍ୱାରୋପ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ସରକାରଙ୍କ ନୂତନ ଯୋଜନା “ମୋ ଘର”ର ସଫଳ ରୂପାୟନ ନିମନ୍ତେ ସୁବର୍ଣ୍ଣପୁରର ନବ ନିଯୁକ୍ତ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଓ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର “ମୋ ଘର ” ଯୋଜନା ରେ ନୂତନ ଗୃହର ନିର୍ମାଣ, ସମ୍ପ୍ରସାରଣ, ସମ୍ପୂର୍ଣ୍ଣିକରଣ ତଥା ଉନ୍ନତି କରଣ ନିମନ୍ତେ ଯେପରି ଅଧିକରୁ ଅଧିକ ଆବେଦନ କରି ଯୋଜନାର ଲାଭ ନେଇପାରିବେ ସେଥିପାଇଁ ବିଶେଷ ଯତ୍ନବାନ ହେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଯୋଜନାର ଶତ ପ୍ରତିଶତ ସଫଳତା ନିମନ୍ତେ ଜିଲ୍ଲାର ତୃଣମୂଳ ସ୍ତରରେ ପଞ୍ଚାୟତିରାଜ ଜନପ୍ରତିନିଧି, ଗ୍ରାମ୍ୟ ସ୍ତରୀୟ ଅଧିକାରୀ, ସ୍ବୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ସଦସ୍ୟା, ସ୍ଥାନୀୟ ଜନସାଧାରଣ ପ୍ରଭୁତିଙ୍କୁ ସାମିଲ କରି ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା, ପଲ୍ଲିସଭା ଅନୁଷ୍ଠିତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ ସିଡିଓ ତଥା ଇଓ ଜିଲ୍ଲାପରିଷଦଙ୍କୁ ପରାମର୍ଶ ଦେଇଛନ୍ତି l ପୁନଶ୍ଚ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ତଥ୍ୟ ସହ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପୂର୍ବକ ଜନସଚେତନତା କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ବୈଠକରେ ଗୁରୁତ୍ୱାରୋପ କରିଥିଲେ l ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ ବୈଠକରେ ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର ଯୋଜନାର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରି ଜିଲ୍ଲାରେ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ନିଆଯିବାକୁଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ l “ମୋ ଘର” ଯୋଜନାର ବିସ୍ତୃତ ରୂପରେଖ ଉପରେ କାର୍ଯ୍ୟକ୍ରମ ପରିଚାଳକ (ଗ୍ରାମ୍ୟଞ୍ଚଳ ଗୃହ ଯୋଜନା) ଜିଲ୍ଲା ପରିଷଦ ଆଲୋକ ରଶ୍ମି ମିଶ୍ର ପାୱାର ଉପସ୍ଥାପନ କରିଥିଲେ l ବୈଠକରେ ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପ ଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ସମସ୍ତ ତହସିଲଦାର, ଜିଲ୍ଳାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, କାର୍ଯ୍ୟକ୍ରମ ପରିଚାଳକ (ସୂଚନା ଓ ପ୍ରଯ୍ୟୁକ୍ତି ) ଜିଲ୍ଳାପରିଷଦ ମନୋଜ କୁମାର ମିଶ୍ର ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ସନତ ନାୟକ ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.