ଟ୍ରେନ୍ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna


Udyog Nursery
Udyogi Nursery

ମେଦିନୀପୁର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଆହତ ହୋଇ ଏକ ବସ୍‌ରେ ଘରକୁ ଫେରୁଥିବା ବେଳେ ବସ୍‌ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ସନ୍ଧ୍ୟାରେ ପଶ୍ଚିମବଙ୍ଗ ମଦେନୀପୁରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ କିଛି ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ମେଦିନୀପୁରର କିଛି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଆହତ ଯାତ୍ରୀଙ୍କୁ ପଶ୍ଚିମବଙ୍ଗ ମେଦିନୀପୁରକୁ ନେଇ ଯଆଉଥିବା ବେଳେ ଯାତ୍ରୀବାହୀ ବସ୍‌ଟି ଏକ ପିକ୍‌ଅପ୍‌ ଭ୍ୟାନ୍ ସହ ଧକ୍କା ହୋଇଥିଲା। ସୌଭାଗ୍ୟ ବଶତଃ ଯାତ୍ରୀମାନେ ବଞ୍ଚିଯାଇଥିଲେ ବି ବସ୍‌ ଧକ୍କାରେ ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ବ୍ୟବସ୍ଥା କରି ସେମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲକୁ ପଠାଇଥିଲା। ଏହି ବସ୍‌ ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଥାଉକି, ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ ହାଓଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ ଓ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କର ମୃତ୍ୟୁ ହୋଇଛିା ମୋଟ୍ ୮୦୩ ଆହତଙ୍କ ଚିକିତ୍ସା ଜାରି ରହିଛି। ସେଥିରୁ ୭୪୭ ସାମାନ୍ୟ ଆହତ ହୋଇଥିବା ବେଳେ ୫୬ ଜଣ ଗୁରୁତର ଅଛନ୍ତି। ମୃତାହତକୁ ନେଇ ଦକ୍ଷିଣ ପୂର୍ବ ରେଲଓ୍ଵେ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ତେବେ ୧୬୦ ମୃତଦେହ ଭୁବନେଶ୍ଵର ଆସିବ ବୋଲି ଓଡିଶାର ମୁଖ୍ୟ ସଚିବ ପ୍ରଦୀପ ଜେନା ଗତକାଲି ସୂଚନା ଦେଇଛନ୍ତି।। ଏହି ସୂଚନା ପରେ ଗତକାଲି ଆଉ ୧୩ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଥିଲା।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.