ପୁଣି ଗୋଟିଏ ଟ୍ରାକରେ ମୁହାଁମୁହିଁ ହେଲେ ୨ ଟ୍ରେନ୍, ରେଲୱେ ଦେଲା ସ୍ପଷ୍ଟୀକରଣ

ଓଡ଼ିଆ ବାର୍ତ୍ତା/ ବିଳାସପୁର: ଛତିଶଗଡ଼ର ବିଳାସପୁରରେ ଗୋଟିଏ ଟ୍ରାକରେ ୨ଟି ଟ୍ରେନ୍ ଆସିବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ ଦେଖା ଯାଉଛି ଏକ ପାସେଞ୍ଜର ଟ୍ରେନ୍ ଛିଡ଼ା ହୋଇଥିବା ଟ୍ରାକରେ ବିପରୀତ ଦିଗରୁ ଆଉ ଏକ ଟ୍ରେନ୍ ଆସୁଛି । ଜୟରାମ ନଗର ଷ୍ଟେସନର ଭିଡିଓଟି ଭାଇରାଲ୍ ହୋଇଥିବା ବେଳେ ରେଲୱେ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ସୂଚନା ଅନୁସାରେ, ଜୟରାମନଗର ଓ ଜାଞ୍ଜଗିରି-ଚମ୍ପା ଜିଲ୍ଲାର କୋଟମିସୋନର ମଧ୍ୟରେ ମେମୁ ଟ୍ରେନ୍ ଓ ଏକ ମାଲଗାଡ଼ି ଗୋଟିଏ ଟ୍ରାକରେ ରହିଥିଲେ । ମେମୁ ଟ୍ରେନ୍ କୋରବା ଅଭିମୁଖେ ଯାଉଥିଲା । ତେବେ ଦୁଇ ଟ୍ରେନ୍ ଧକ୍କା ହେବା ପୂର୍ବରୁ ଅଟକାଇ ଦିଆଯାଇଥିଲା । ଭିଡିଓ ଭାଇରାଲ୍ ପରେ ରେଲୱେ ପକ୍ଷରୁ କୁହାଯାଇଛି, ଜୟରାମନଗର-ବିଳାସପୁର ସେକ୍ସନ୍ ଅଟୋମେଟିକ୍ ସିଗନାଲିଂ ବ୍ଲକ ସେକ୍ସନ୍ ଅଟେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.