ଭୋପାଳରେ ଦ୍ୱିତୀୟଥର ପାଇଁ ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏକ ଦିନିଆ ଗସ୍ତରେ ମଧ୍ୟପ୍ରଦେଶ ଯାଉଛନ୍ତି। ଭୋପାଳ ଏବଂ ଶାହଡୋଲ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦୀ। ପ୍ରଧାନମନ୍ତ୍ରୀ ଭୋପାଳରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ବିଜେପି ବୁଥ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ସମୟରେ ରାଜ ଭବନରୁ ଭୋପାଳର ପୋଲିସ କଣ୍ଟ୍ରୋଲ ରୁମ ପର୍ଯ୍ୟନ୍ତ ମୋଦୀଙ୍କ ପ୍ରସ୍ତାବିତ ରୋଡ୍‌ ସୋ’କୁ ସ୍ଥଗିତ ରଖାଯାଇଛି। ଦୁଇ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଭୋପାଳରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ବାତିଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ପହିଲା ଏପ୍ରିଲରେ ଭୋପାଳ ଗସ୍ତ କରିଥିଲେ। ସେହି ସମୟରେ ମଧ୍ୟ ରୋଡ୍ ସୋ ପାଇଁ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ଇନ୍ଦୋରରେ ବାୱଡି ଉପର ଛାତ ଭୁଶୁଡ଼ିବା କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହି କାରଣରୁ ମୋଦୀଙ୍କ ରୋଡ୍ ସୋ ବାତିଲ କରାଯାଇଥିଲା। ଏହା ପରେ ଜୁନ୍ ୨୭ ରେ ଭୋପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗମନକୁ ନେଇ ରାଜ୍ୟ ବିଜେପି ଏକ ରୋଡ୍ ସୋ ଯୋଜନା କରିଥିଲା। କିନ୍ତୁ ଭୋପାଳରେ ପାଣିପାଗ ବିଭାଗର ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ଚଳିତ ଥର ମଧ୍ୟ ପିଏମଓରୁ ରୋଡ୍ ସୋ ପାଇଁ ଅନୁମତି ମିଳିଲା ନାହିଁ। ବିଜେପି ରାଜ୍ୟ ସଭାପତି ଭି.ଡି ଶର୍ମା କହିଛନ୍ତି ଯେ ପାଣିପାଗକୁ ଦୃଷ୍ଟିରେ ରଖି ଏହି ରୋଡ୍ ସୋକୁ ସ୍ଥଗିତ ରଖାଯାଇଛି। ପାଣିପାଗକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମରେ ପରିବର୍ତ୍ତନ ସହ ଜଡିତ ସମସ୍ତ ବିକଳ୍ପ ଅନୁଯାୟୀ ପ୍ରଶାସନ ପ୍ରସ୍ତୁତ ହେଉଛି। ଭୋପାଳ ବିମାନବନ୍ଦରରେ ପହଞ୍ଚିବାରେ ପାଗ ଖରାପ ହେଲେ ପ୍ରଧାନମନ୍ତ୍ରୀ ସଡ଼କ ମାର୍ଗ ଦେଇ ରାଣୀ କମଲାପାତି ରେଳ ଷ୍ଟେସନରେ ପହଞ୍ଚିବେ। ବର୍ତ୍ତମାନ ତାଙ୍କ ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବରକତଉଲ୍ଲା ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପାଇଁ ଏକ କାର୍ଯ୍ୟକ୍ରମ ରହିଛି। ଏଠାରୁ ସେ ରାସ୍ତା ଦେଇ ରାଣୀ କମଲାପାତି ଷ୍ଟେସନକୁ ଯିବେ। ଏହା ପରେ ସେ ଲାଲ୍ ପ୍ୟାରେଡ ଗ୍ରାଉଣ୍ଡରେ ପହଞ୍ଚିବେ। ଏହି ସମୟରେ ରାଜ ଭବନରୁ ପୋଲିସ କଣ୍ଟ୍ରୋଲ ରୁମକୁ ତାଙ୍କ ରୋଡ ସୋ ପ୍ରସ୍ତାବ ଦିଆଯାଇଥିଲା। ଖରାପ ପାଗକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାହଡୋଲର ଲାଲପୁର ଗ୍ରାମରେ ରହିବାର ସମ୍ଭାବନାକୁ ମଧ୍ୟ ବିଚାର କରାଯାଉଛି। ଏଥିପାଇଁ ଗେଷ୍ଟ ହାଉସର ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.