ଦମାଘାଟିରେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଦମାଘାଟି ଠାରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ଲାଞ୍ଜିଗଡ଼ ପୋଲିସ। ଆଜି ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଦେଖି ଦମାଘାଟି ଗ୍ରାମର ମୁନା ହରିଜନ ନାମକ ଜଣେ ଯୁବକକୁ ସନ୍ଦେହରେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ। ଖବର ପାଇ ଲାଞ୍ଜିଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ନେତୃତ୍ୱରେ ବିଜେପୁର ଏଏସଆଇ ଶ୍ୟାମ କୁଲିଶିକା ଓ ସାଇଣ୍ଟିଫିକି ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଶବ ଉଦ୍ଧାର କରିଛନ୍ତି। ପୋଲିସ ପହଞ୍ଚିବା ପରେ ଘଟଣା ସ୍ଥଳରେ ମୁନା ହରିଜନକୁ ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି। ତେବେ ଘଟଣାର ଏକ କେସ ରୁଜୁ କରି ତଦନ୍ତ ଆରମ୍ଭ କରୁଛି ଲାଞ୍ଜିଗଡ଼ ପୋଲିସ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.