ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ମ.ରାମପୁର ବନ ବିଭାଗ ପକ୍ଷରୁ ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବନ ମହୋତ୍ସବ ପାଳିତ ହେଇ ଯାଇଛି। ମ.ରାମପୁର ରେଞ୍ଜ ଅଧିକାରୀ ଅସିତ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ସ୍ବାଗତ ଅଭିଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ଦାଶ ୭୪ତମ ବନ ମହୋତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ଯୋଗ ଦେଇ ଆଗାମୀ ଦିନରେ ହେବାକୁ ଥିବା ବୃକ୍ଷ ଜନିତ ସଙ୍କଟ ଉପରେ ଦୃଷ୍ଟିପାତ ପୂର୍ବକ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ରେଞ୍ଜ ଅଧିକାରୀ ଝୁନୁ ବାଳା ଦେଇ, ମ.ରାମପୁର ବନପାଳ ଦୀପକ ସା, ବନପାଳ ରତ୍ନାକର ଧରୁଆ, ବନରକ୍ଷୀ ବାଳକୃଷ୍ଣ ଜାଲ, ରାଜ ଲକ୍ଷ୍ମୀ ପ୍ରଧାନ, ମଧୁସ୍ମିତା ଭୋଇ, ବିକାଶ ଅଧିକାରୀ ସଦାନନ୍ଦ ପ୍ରଧାନଙ୍କ ସମେତ ବିଦ୍ୟାଳୟର ଗୁରୁଜୀ ଗୁରୂମା ଉପସ୍ଥିତ ରହିଥିଲେ । ସଚେତନ ସଭା ପରେ ବିଦ୍ୟା ମନ୍ଦିର ପରିସର ରେ ଛାତ୍ର ଛାତ୍ରୀଙ୍କ ସମେତ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.