ଏସସିଆର ସଂଗଠନ ପକ୍ଷରୁ କର୍ମଶାଳା

ବୟୋଜ୍ୟେଷ୍ଠଙ୍କ ଜୀବନ ଶୈଳିରେ ପ୍ରଗତି ଆଣିବା ଉପରେ ଆଲୋଚନା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ବ୍ଳକ ମୀରାବାଲି ଗ୍ରାମ ପଂଚାୟତ ସଦର ଠାରେ ରାୟଗଡାର ସୋସାଇଟି ଫର କମ୍ୟୁନିଟି ରିହାବିଲିଟେସନ୍ (ଏସସିଆର) ସଂଗଠନ ତରଫରୁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ସଶକ୍ତି କରିବା ତଥା ସେମାନଙ୍କ ସ୍ୱାଭିମାନର ଜୀବନ ଶୈଳିରେ ପ୍ରଗତି ଆଣିବା ନିମନ୍ତେ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା। ଏସସିଆର ସଂଗଠନର ସାଧାରଣ ସଂପାଦକ ତ୍ରିଲୋଚନ ପଢିହାରୀ କର୍ମଶାଳାଟିକୁ ପରିଚାଳନା କରିଥିବା ବେଳେ ମୀରାବାଲି ଗ୍ରାମ ପଂଚାୟତ ସରପଂଚ ଅଶୋକ ପୁଆଲା ଯୋଗ ଦେଇ କର୍ମଶାଳାଟିକୁ ଉଦଘାଟନ କରିଥିଲେ। ସାଧାରଣ ସଂପାଦକ ଶ୍ରୀ ପଢିହାରୀ ବାର୍ଦ୍ଧକ୍ୟର ସମସ୍ତ ଅସହାୟତା ବିଷୟରେ ସଂପୂର୍ଣ୍ଣ ଭାବରେ ଉପସ୍ଥିତ ବୟୋଜ୍ୟେଷ୍ଠ ବ୍ୟକ୍ତି, ସ୍ୱଂୟ ସହାୟିକା ଗୋଷ୍ଠିର ସଭ୍ୟା ଓ ସହାୟିକାମାନଙ୍କୁ ବୁଝାଇବା ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଆରପିଡବ୍ଳ୍ୟୁ ଆକ୍ଟ-୨୦୧୬ ଅନୁସାରେ ବାର୍ଦ୍ଧକ୍ୟ ସମୟରେ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କ ୨୧ଗୋଟି ଦୁର୍ବଳ ଶ୍ରେଣୀ ଅବସ୍ଥା ବିଷୟରେ ସଂପୂର୍ଣ୍ଣ ବିଶ୍ଳେଷଣ କରିବା ସହିତ ବୃଦ୍ଧାବସ୍ଥାରେ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟର ଅବନ୍ନତି, ଆର୍ଥିକ ଅସହାୟତା, ଅବହେଳିତ, ଏକୁଟିଆ ଅନୁଭବ କରିବା, ଶୋଷଣ, ଭୟଭୀତ ହେବା, ବିରକ୍ତଭାବ, ନ୍ୟୁନ ଆତ୍ମ ସମ୍ମାନ, ନିୟନ୍ତ୍ରଣ ହରାଇବା ଓ ବୃଦ୍ଧାବସ୍ଥା ପାଇଁ ପ୍ରସ୍ତୁତ ନ ଥିବା ଆଦି ଦଶଟି ଅସହାୟତା ବିଷୟରେ ସ୍ପଷ୍ଟିକରଣ ପୂର୍ବକ ଶ୍ରୀ ପଢିହାରୀ ବର୍ଣ୍ଣନା କରିଥିଲେ। ଏଥିସହ ସରକାରଙ୍କ ତରଫରୁ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ଶେଷରେ ଏହି ଅସହାୟ ଅବସ୍ଥାକୁ ଦୂର କରିବାକୁ ସଭିଏଁ ବୟୋଜେଷ୍ଠ ବ୍ୟକ୍ତିଙ୍କ ଏକ ଗୋଷ୍ଠୀ ଗଠନ କରିବାକୁ ପରାମର୍ଶ ଦେଇଥିଲେ ଏବଂ ବାର୍ଦ୍ଧକ୍ୟବସ୍ଥାର ମୁକାବିଲା କରିବାକୁ ପ୍ରସ୍ତୁତ ହେବା ସହ ପରସ୍ପରକୁ ସାହାର୍ଯ୍ୟ କରିପାରିବାର ଆହ୍ୱାନ ସୃଷ୍ଟି କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.