ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସଦର ମହକୁମାର ବିଶିମୁଣ୍ଡା ଗ୍ରାମପଞ୍ଚାୟତ ର ଡୁଙ୍ଗୁରିପାଲି ଗ୍ରାମର ଠାରେ ଅବସ୍ଥିତ କୁଶଲେଶ୍ୱର ହାଇସ୍କୁଲ ଖେଳ ପଡ଼ିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ ଆଜି କୁଶଲେଶ୍ୱର ହାଇସ୍କୁଲ ପକ୍ଷରୁ ଡୁଙ୍ଗୁରିପାଲି ହାଇସ୍କୁଲ ଖେଳ ପଡ଼ିଆ ର ପାଚେରୀ ଚାରି ପାଖରେ 500ଟି ଗଛ ଲଗା ଯାଇଛି। ଆଜି କୁଶଲେଶ୍ୱର ହାଇସ୍କୁଲ ର ଶିକ୍ଷକ ବାବୁଲାଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଖେଳ ଶିକ୍ଷକ ଜୟନାରାୟନ ମିଶ୍ର, ଚଉଧିରି ବିଭାର, ଚମାର ବାଘ, 5ଟି ହାଇସ୍କୁଲ ପରିଚାଳନା କମିଟିର ସଭାପତି ଈଶ୍ୱରଚନ୍ଦ୍ର ପଲିଆ, ସମାଜ ସେବୀ ରମେଶ ମିଶ୍ର, ଚମାର ବାଘ, ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର, ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଗଜପତି ସୁନା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ଯୁବ ସ୍ୱେଚ୍ଛାସେବୀ ସଂଗଠନ ହେଲପିଙ୍ଗ ୟୁଥ ଫାଉଣ୍ଡେସନ ସୋନପୁର ଜିଲ୍ଲାର ସଭାପତି ଜ୍ୟୋତି ରଞ୍ଜନ କୁଶଳ ଉପସ୍ଥିତ ଥିଲେ। କୁଶଲେଶ୍ୱର ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ଓ ଅନେକ ଛାତ୍ର ଛାତ୍ରୀ ମାନେ ଗଛ ଲଗାଇ ଥିଲେ ଏବଂ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।