ନର୍ଲାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ର ନୂତନ ସମ୍ମେଳନ କକ୍ଷଠାରେ ଆଜି ସୋମବାର ଦିବା ୧୦ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷ ରେଡ଼ି ନିଜେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ମାନ ଶୁଣିବା ସହିତ ଅଭିଯୋଗ ପତ୍ର ସବୁ ଗ୍ରହଣ କରି ଏସବୁର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଆବାସ ଯୋଜନାରେ ଘର, ପାନୀୟ ଜଳ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଜମିଜମା ସଂକ୍ରାନ୍ତୀୟ ମାମଲା ଓ ବିଦ୍ୟୁତ ସମସ୍ୟା ଉପରେ ବିଶେଷ ଅଭିଯୋଗ ସବୁ ଆସିଥିବା ଦେଖିବାକୁ ମିଳିଥିଲା । ଏଭଳି ବିଭିନ୍ନ ବିଷୟ ଉପରେ ୬୯ ଜଣ ବ୍ୟକ୍ତି ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ଗୁହାରୀ ଶୁଣିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଚାର ବିମର୍ଷ କରି କାର୍ଯ୍ୟ ତ୍ୱରାନ୍ୱୀତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କାର୍ଯ୍ୟକ୍ରମଟିକୁ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ ପରିଚାଳନା କରିଥିଲେ । କନିଷ୍ଠ ଯନ୍ତ୍ରୀ ଆଲୋକ ନାୟକ, ବିଏସଏସଓ ପ୍ରଦୀପ ବେହେରା, ସନତ ସାହୁ, ବିପିସି ଭୋଳନାଥ ଦାସ, ସନ୍ତୋଷ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ଅମୀତ କୁମାର ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହିତ ଉପ ଜିଲ୍ଲାପାଳ ଡ଼ ବିଶ୍ଵଜିତ ଦାସ, ଏଡିସନାଲ ଏସପି ଆନନ୍ଦ ବଡଛୁରିଆ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ତହସିଲଦାର ଶଙ୍କର ବାଗ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସଦସ୍ୟା ନମ୍ରତା ସାହୁ ପ୍ରମୁଖ ମଞ୍ଚସୀନ ରହି ଅଭିଯୋଗ ମାନ ଶୁଣିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ, , ଅବକାରୀ ବିଭାଗ ଅଧିକାରୀ, ବନବିଭାଗ ନର୍ଲା ରେଞ୍ଜର ପ୍ରଶାନ୍ତ ପାଳ, , ନର୍ଲା ଫରେଷ୍ଟର ଭବାନୀ ନାଏକ, ଟାଟା ପାୱାର ନର୍ଲା କନିଷ୍ଠ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ସାହୁ, ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଯାନୀ, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ବାଲସିଙ୍ଗା ସରପଞ୍ଚ ଶ୍ରୀମତୀ ପୂଜା ସାରିନୋଭା ସ୍ୱାଇଁ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଲାଇନ୍ ବିଭାଗ ଗୁଡିକର ଅଧିକାରୀ ନର୍ଲା ରେଞ୍ଜର, ପ୍ରଶାନ୍ତ କୁମାର ପାଳ,ନର୍ଲା ଫରେଷ୍ଟର ଭବାନୀ ନାଏକ, ଟାଟା ପାୱାର କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଆସିଥିବା ବିଷୟ ଗୁଡିକର ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ନର୍ଲା ବ୍ଲକ କୃଷି ଅଧିକାରୀ, ନର୍ଲା ମେଡିକାଲ ଅଫିସର ଅକ୍ଷୟ ଗୋଛାୟାତ, ନର୍ଲା ବିଏସ୍ଏସ୍ଓ ପ୍ରଦୀପ ବେହେରା, ଆରଡବ୍ଲୁଏସଏସ ବିଭାଗର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ଏବିଇଓ ଗୋବର୍ଦ୍ଧନ ମାଝୀ, ଆର୍ଡି ବିଭାଗର ଅଧିକାରୀ ବୃନ୍ଦ, କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ବୃନ୍ଦ, ଅବକାରୀ ବିଭାଗର ଅଧିକାରୀ ମାନେ, ନର୍ଲା ବ୍ଲକ କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ ପ୍ରମୂଖ ଉପସ୍ଥିତ ରହି ଅଭିଯୋଗ ଗୁଡିକ ଉପରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ନର୍ଲା ବ୍ଲକରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ରେ ୬୯ ଜଣ ଉର୍ଦ୍ଧ୍ବ ଅଭିଯୋଗକାରୀ ଆସି ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା । ବିଶେଷ ଅଭିଯୋଗ ଭାବରେ ନର୍ଲାରେ ଜେଏମଏଫସି କୋର୍ଟ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ ବୋଲି ନର୍ଲା ବାର ଏସୋସିଏସନର ସଭାପତିଙ୍କ ଚନ୍ଦ୍ର ଶେଖର ଚାନ୍ଦଙ୍କ ନେତୃତ୍ୱରେ ଦୋଳାମଣି ସାହୁ, ସଞ୍ଜୟ ଧଙ୍ଗଡାମାଝୀଙ୍କ ସମେତ ୧୦ ରୁ ଉର୍ଦ୍ଧ୍ବ ସଦସ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହିଭଳି ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି ପଲମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡ଼ ରାଜେଶ ସାହୁ ଠିକ ଭାବରେ ଡ୍ୟୁଟି ନକରି ବ୍ୟକ୍ତିଗତ କ୍ଲିନିକ ରେ ଦିନରାତି ସେବା ଯୋଗାଉଥିବା ଅଭିଯୋଗ କରିବା ସହ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରପରିସରରେ ହାଉସିଂ ବୋର୍ଡ ତରଫରୁ ନିର୍ମିତ ହେଉଥିବା ବିଲ୍ଡିଂ କାମ ନିମ୍ନ ମାନର ହେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.