ଖେଳପ୍ରେମି ମହଲରେ ଶୋକର ଛାୟା
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରର ଖଦାଳ ପଡା ନିବାସୀ ତଥା ଜଣାଶୁଣା ଫୁଟବଲ ଖେଳାଳି ଏବଂ ରାଜ୍ୟ ସ୍ତରୀୟ ଫୁଟବଲ ରେଫରୀ ଓ ସର୍ବ ଭାରତୀୟ ସ୍ତରୀୟ ଖୋକୋ ରେଫରୀ ଶ୍ୟାମସୁନ୍ଦର ନାଏକଙ୍କ ୫୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି l ସେ ମୁଖ ଗହ୍ଵର କର୍କଟ ରୋଗରେ ପୀଡିତ ହୋଇ କଟକ ଠାରେ ଚିକିତ୍ସାଧିନ ଥିବାବେଳେ ତାଙ୍କର ଅସମୟ ମୃତ୍ୟରେ ସୋନପୁର ସହର ସ୍ତବ୍ଧ ହୋଇଯାଇଛି l ଆଜି ଶନିବାର ସନ୍ଧ୍ୟା ପୂର୍ବରୁ ତାଙ୍କ ପାର୍ଥିବ ଶରୀର ସୋନପୁର ସ୍ଥିତ ବାସଭବନକୁ ପହଞ୍ଚିବ l ଶ୍ରୀ ନାଏକ ସାହାରା ଟ୍ରଷ୍ଟ ହାଇସ୍କୁଲର ଖେଳ ଶିକ୍ଷକ, ଜ଼ିଲ୍ଲା କ୍ରୀଡା ସଂଘ, ବିଭିନ୍ନ କ୍ରୀଡା ସଂଗଠନ ଓ ପ୍ରଶାସନର ବିଭିନ୍ନ ଦାୟିତ୍ୱରେ ଖୁବ ଶୃଙ୍ଖଳା ଓ ନିଷ୍ଠା ର ସହ କାର୍ଯ୍ୟ ତୁଲାଇ ଏ ଅଞ୍ଚଳ ରେ ବେଶ ପରିଚିତ ତଥା ପ୍ରଶଂସିତ ଥିବା ବେଳେ ସର୍ବ ଭାରତୀୟ ଖକୋ ଟୁର୍ନାମେଣ୍ଟରେ ଭାରତୀୟ ଦଳର ଚମ୍ପିୟାନ ସମୟ ରେ ଶ୍ରୀ ନାଏକ ସେହି ଟୁର୍ନାମେଣ୍ଟରେ ରେଫରୀ ଦାୟିତ୍ୱ ତୁଲାଇ ସୁବର୍ଣ୍ଣପୁର ତଥା ଓଡିଶାର ଗୌରବ ଆଣିଥିଲେ l ଆଜି ଶ୍ରୀ ନାଏକଙ୍କ ମୃତ୍ୟ ଖବର ସହର ଓ ଜ଼ିଲ୍ଲା ଲୋକଙ୍କୁ ମର୍ମାହତ କରିଥିବା ବେଳେ ହଜାର ହଜାର ଛାତ୍ର ଛାତ୍ରୀ, ଶିକ୍ଷକ ଓ ଖେଳ ପ୍ରେମୀ ତାଙ୍କୁ ଝୁରୁଛନ୍ତି l