ଶ୍ରୀ ଅରବିନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ ଏବଂ ଅ’ ପତ୍ରିକା ଉନ୍ମୋଚନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଅ’ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପଣ୍ଡକାମାଳ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଅ’ ପତ୍ରିକାର ଅଗଷ୍ଟ ସଂଖ୍ୟା ଉନ୍ମୋଚନ କରାଯିବା ସହ ଶ୍ରୀ ଅରବିନ୍ଦଙ୍କ ଚେତନା ଉପରେ ଆଲୋଚନା ଚକ୍ର ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାରସ୍ୱତ ସଭାରେ ସନ୍ତୋଷିନୀ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଶ୍ରୀ ପ୍ରତାପ କୁମାର ସାହୁ ଭାରତର ସ୍ୱାଧୀନତା ଉପରେ ଶ୍ରୀ ଅରବିନ୍ଦଙ୍କର ଚେତନାକୁ ଭିତ୍ତିକରି ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବରେ ହେମନ୍ତ ସାହୁ, ପ୍ରତାପ କେଶରୀ ସାହୁ, ସଂଜୀବ ନାଗ, ପଦ୍ମ ଲୋଚନ ମିଶ୍ର ନିଜର ମତ ରଖିବା ସହ ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନ ଓ ସ୍ୱାଧୀନ ଭାରତ ବିଷୟରେ ମତ ରଖିଥିଲେ। କବିତା ପାଠୋତ୍ସବରେ ମାନସ ରଞ୍ଜନ ପ୍ରହରାଜ, ଫାଲ୍ଗୁନୀ ରଣା, ଯେମନ୍ତ ସାହୁ, ପ୍ରମୋଦ ସାହୁ, କରୁଣା ସାହୁ, ଦସ୍ମିତା ସାହୁ, ସୁଶାନ୍ତ ରଣା, ଆରତୀ ବିଶି, କେଶବ ନାୟକ, ସତ୍ୟ ସିଂ ବାଗ, କର୍ଣ୍ଣ ଗହୀର, ଘନ ଗହୀର, ଝସନେତ୍ରୀ ସାହୁ, ସସ୍ମିତା ମହାଖୁଡ଼, ରାହାସ ସାହୁ ଆଦି ଅନେକ କବି ସ୍ୱରଚିତ କବିତା ପାଠ କରିଥିଲେ। ସଭାର ଅନ୍ତିମ ପର୍ଯ୍ୟାୟରେ ଅ’ ଅନୁଷ୍ଠାନର ପ୍ରତିଷ୍ଠାତା ନରେଶ କୁମାର ସାହୁ ସମସ୍ତ ଅତିଥିଙ୍କୁ ସୃତି ଚିହ୍ନ ପ୍ରଧାନ କରିବା ସହ ନିଜ ବକ୍ତବ୍ୟ ରଖିଥିଲେ। ଅ’ ପତ୍ରିକାର ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବାକୁ ଯାଇ କହିଥିଲେ କି ପତ୍ରିକାଟି ସମ୍ପୂର୍ଣ୍ଣ ରୂପ ଦେବାରେ ପତ୍ରିକାର ଯୁଗ୍ମ ସମ୍ପାଦକ କାହ୍ନୁ ଚରଣ ସାହୁ, ସମ୍ପାଦକ ବିଶ୍ୱନାଥ ସାହୁ, ଦୀନେଶ ଆଗ୍ରୱାଳା, ସଂଯୁକ୍ତା ପାଢ଼ୀ, ସଂଜିତା ପ୍ରଧାନ ତଥା ସମସ୍ତ ସମ୍ପାଦନା ମଣ୍ଡଳୀର ପ୍ରୟାସ ସଫଳତା ଆଣିଛି। ଏହା ସହ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସମସ୍ତ କର୍ମକର୍ତ୍ତାଙ୍କର ସହଯୋଗରେ ଆଜିର କାର୍ଯ୍ୟକ୍ରମ ସଫଳ ରୂପ ନେଇ ପାରିଛି ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.