ଅବସରରୁ ଓହରିଲେ ଷ୍ଟୋକ୍ସ, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଦଳରେ ସାମିଲ

ଓଡ଼ିଆ ବାର୍ତ୍ତା/ ଲଣ୍ଡନ: ଇଂଲଣ୍ଡକୁ ବିଶ୍ୱକପ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେନ ଷ୍ଟୋକ୍ସ ଅବସରରୁ ପ୍ରତ୍ୟାବର୍ତନ କରିଛନ୍ତି । ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳରେ ସାମିଲ କରାଯାଇଛି । ତାମିମ ଇକବାଲ, ମୋଇନ ଅଲୀଙ୍କ ପରେ ତୃତୀୟ କ୍ରିକେଟର ଭାବେ ସେ ଅବସରରୁ ପ୍ରତ୍ୟାବର୍ତନ କରିଛନ୍ତି । ୨୦୧୯ ଦିନିକିଆ ବିଶ୍ୱକପରେ ସେ ଇଂଲଣ୍ଡ ପାଇଁ ୪୬୫ ରନ କରିବା ସହ ୭ଟି ୱିକେଟ ଅକ୍ତିଆର କରିଥିଲେ । ଫାଇନାଲରେ ୮୪ ରନର ଅପରାଜିତ ଇନିଂସ ଖେଳି ଦଳକୁ ପ୍ରଥମ ଥର ପାଇଁ ଚାମ୍ପିୟନ କରାଇଥିଲେ । ଆଘାତ ସମସ୍ୟା ଯୋଗୁ ସେ କମ ବୋଲିଂ କରୁଛନ୍ତି । ୧୮ ଜୁଲାଇ ୨୦୨୨ରେ ସେ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏବେ ସେ ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେବେ ବୋଲି କହିଛନ୍ତି । ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଇଂଲଣ୍ଡ ଟିମ: ଜୋସ ବଟଲର (ଅଧିନାୟକ), ମୋଇନ ଅଲୀ, ଗସ ଆଟିକସନ, ଜନୀ ବେୟାରଷ୍ଟୋ, ସାମ କ୍ୟାରନ, ଲିୟାମ ଲିଭିଂଷ୍ଟୋନ, ଡେଭିଡ ମଲାନ, ଅଦିଲ ରଶିଦ, ଜୋ ରୁଟ, ଜାସନ ରାୟ, ବେନ ଷ୍ଟୋକ୍ସ, ରିସ ଟପଲେ, ଡେଭିଡ ୱିଲି, ମାର୍କ ଉଡ ଓ କ୍ରିସ ୱକ୍ସ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.