ସୁନାମୁଖୀ ଶାନ୍ତିବନ ମହଗାଁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗ୍ରାମବାସୀଙ୍କ ଆର୍ଥିକ ସହାୟତାରେ ହେଲା ବୃକ୍ଷ ରୋପଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଅବକ୍ଷୟମୂଖି ସୁନାମୁଖୀ ଶାନ୍ତିବନର ସୁରକ୍ଷା ପାଇଁ ଅଞ୍ଚଳବାସୀ ଅଣ୍ଟା ଭିଡିଥିବା ବେଳେ ବର୍ତ୍ତମାନ ଆଦିବାସୀ ବହୁଳ ମହଗାଁର ପ୍ରତ୍ୟେକ ପରିବାର ଶହେ ଟଙ୍କା ଲେଖାଏଁ ଚାନ୍ଦା କରି ବୃକ୍ଷରୋପଣ କରି ଜଙ୍ଗଲର ପୁନଃରୁଦ୍ଧାର ପାଇଁ ଚେଷ୍ଟିତ ଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମହଗାଁ ସ୍ଥିତ ସୁନାମୁଖୀ ଶାନ୍ତିବନ ପରିସରରେ ରବିବାର ମହାସମାରୋହରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମର ବିଶିଷ୍ଟ ବ୍ୟକ୍ତି ଅନିରୁଦ୍ଧ ହରିଜନଙ୍କ ନେତୃତ୍ବରେ ସମସ୍ତ ପରିବାର ଘର ପିଛା ଏକ ଶହ ଟଙ୍କା ସ୍ୱଇଛାରେ ସହାୟତା କରି ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ବିଭିନ୍ନ ଚାରା କ୍ରୟ କରି ବୃକ୍ଷ ରୋପଣ କରୁଛନ୍ତି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ, ବିଶିଷ୍ଟ ଅତିଥି ବିଜେଡି ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ, କେସିଙ୍ଗା ବ୍ଳକ ଉପାଧ୍ୟାକ୍ଷ୍ୟା ରାଜଲଷ୍ମୀ ପଟ୍ଟନାୟକ, କେସିଙ୍ଗା ଯୋନ ୩-ଜିଲା ପରିଷଦ ସଭ୍ୟା ସୁନିତା ଶବର, ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ, କୁଣ୍ଡାବନ୍ଦ ଗ୍ରାମ ପଂଚାୟତର ସମିତି ସଭ୍ୟ ତଥା ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ଗୋକୁଳେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚ କେଶୁଲାଳ ତାଣ୍ଡି, ସମାଜସେବୀ ମୋହନ ଶବର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ନାଟ୍ୟଗୁରୁ କେଶରୀ ଶବର, ୱାର୍ଡ ସଭ୍ୟ ଅରବିନ୍ଦ ଶବର, ମହାଲୟା ମହିଳା ସ୍ୱୟଂ ସହାୟିକା ଗ୍ରୁପର ସଭାନେତ୍ରୀ ଉର ଗୌଡ଼, ଆଶା କର୍ମୀ, ଅଙ୍ଗନବାଡି ସହାୟିକା ମଞ୍ଜୁଳା ଶବର, ପୂର୍ବତନ ସମିତି ସଭ୍ୟ ଗଜିନ୍ଦ୍ର ଶବର, ମହଗାଁ ଗ୍ରାମର ଗଣା ପଦୁଲୋଚନ ହରିଜନ ପ୍ରମୁଖ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତରେ ଶତାଧିକ ବୃକ୍ଷ ରୋପଣ କରାଯାଇଛି। ତେବେ ମହଗାଁ ଗ୍ରାମବାସୀମାନେ ଆର୍ଥିକ ସହାୟତା ଦେଇ ବୃକ୍ଷରୋପଣ ପରି ମହାନକାର୍ଯ୍ୟ କରୁଥିବାରୁ ଏହାକୁ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.