ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ୧୦ ଜଣ ଗିରଫ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟସ୍ଥ ବନ୍ଧଛକ ବୁଡ଼ାଗୁଡା ରାସ୍ତା ନିକଟରୁ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ଦୁଇଟି ଗାଡ଼ିରେ କିଛି ଦୁର୍ବୃତ୍ତ ଆସି ହାଟପଦା ସାହିର ମାଂସ ବ୍ୟବସାୟୀ ହେମନ୍ତ ଗଣ୍ଡା ଓ ପଣ୍ଡିତ ମାଝୀଙ୍କୁ ଉଠାଇ ଅପହରଣ କରିନେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଖବର ପାଇ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ସହ ସଦଳବଳ ପୁଲିସ ଦୁର୍ବୃତ୍ତଙ୍କ ପିଛା କରିଥିଲେ। ଅପହରଣରେ ଗୋଟିଏ ଇନୋଭା ଓ ଗୋଟିଏ ବୋଲେରୋ ଗାଡ଼ି ରହିଥିଲା l ପୁଲିସ ପିଛା କରି ଅପହରଣରେ ସାମିଲ ଥିବା ଗୋଟିଏ ବୋଲେରୋ ଓ ଇନୋଭାକୁ କାବୁ କରି ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ ଘଟଣାର ପର୍ଦାଫାଶ କରିଛି ବାଲିଗୁଡା ପୋଲିସ। ଗତ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିଲା। ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଗୋଟିଏ ଇନୋଭା ନଂ.ଓଆର- ୦୨-ଏନ-୧୧୧୯ ବିଏଚ -ଓ ଗୋଟିଏ ବୋଲେରୋ ନଂ.ଓଡି-୦୨ବି-ଏଚ – ୩୯୮୯ ଏପରି ଦୁଇଟି ଗାଡି ଜବତ କରାଯାଇଛି। ଏହାସହ ଦୁଇ ଅପହୃତ ମାଂସ ବ୍ୟବସାୟୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିବା ଏବଂ ଅଧିକ ତଦନ୍ତ ପାଇଁ ଆବଶ୍ୟକ ପଡିଲେ ରିମାଣ୍ଡରେ ଅଣାଯିବ ବୋଲି ବାଲିଗୁଡା ଏସଡିପିଓ ୟସ ପ୍ରିତମ ଶ୍ରୀମଲ ଓ ପ୍ରୋବେସନାଲ ଡିଏସପି ଶୁଭ୍ରଜିତ ବିଶ୍ଵାଳ ସ୍ପଷ୍ଟ କରିଛନ୍ତି। ଏହା ସହ ଗିରଫ ବ୍ୟକ୍ତି ମାନେ ହେଲେ ଗଞ୍ଜାମ ଜିଲ୍ଲା କୋଦୋଳା ଥାନା ଅଞ୍ଚଳର ରାହୁଲ ପ୍ରଧାନ, ମିଥୁନ ଜେନା, ଲିଙ୍ଗରାଜ ଜେନା, ସୁନୀଲ ପାଣ୍ଡି, ଶ୍ରୀତମ ସ୍ୱାଇଁ, ହିନା ପାଣ୍ଡି, ଜିତୁ ପ୍ରଧାନ, ଜଗେନ୍ଦ୍ର ରାଉତ, ଓ ଗଣେଶ ସ୍ୱାଇଁ ବୋଲି ବାଲିଗୁଡା ଏସଡିପିଓ ସୂଚନା ଦେଇଛନ୍ତି l ଏହି ଘଟଣାର ଅଧିକ ତଦନ୍ତ ପାଇଁ ଏସ.ଆଇ. ଓମ ନାରାୟଣ ପାତ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.