ବିବାହିତା ମହିଳାଙ୍କୁ ବ୍ଲାକ ମେଲ ସହ ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

କେବଳ ଜଣେ ମହିଳା ପାଇଁ ନୁହେଁ ଆଜିର ଏ ଚାଞ୍ଚଲ୍ୟକର ଘଟଣା ସମଗ୍ର ସମାଜ ପାଇଁ ଏକ ସତର୍କ ଘଣ୍ଟି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜିର ସାମାଜିକ ଗଣ ମାଧ୍ୟମ ଦ୍ୱାରା ସମାଜର ଅନେକ ଅବଳା ଦୁର୍ବଳା ମହିଳା ଅସାମାଜିକ ଯୁବକଙ୍କ ମୋହ ମାୟା ଜାଲରେ ଛନ୍ଦି ହୋଇ ଶେଷରେ ନିଜ ଧନ ଜୀବନ ଓ ଇଜ୍ଜତ ଲୁଟ ଉଦ୍ୟମର ଶିକାର ହେଉଛନ୍ତି l ଆଜି ଏମିତି ଏକ ଘଟଣା ସୋନପୁରରେ ଦେଖିବାକୁ ମିଳିଛି l ଯାହାକି ସୋନପୁର ସହରର ଜୈନିକ ବିବାହିତା ମହିଳାଙ୍କୁ ଛତିଶଗଡ଼ ମହସମୁଦ ଜିଲ୍ଲାର ଜଣେ ୩୦ ବର୍ଷୀୟ ରୋମିଓ ଯୋଗୀନ୍ଦ୍ର ସୋନି ସମ୍ପର୍କ ଯୋଡ଼ି ପରେ ଅସଦାଚରଣ ଓ ବ୍ଲାକ ମେଲ କରି ପର୍ଯ୍ୟାୟ କ୍ରମେ ଟଙ୍କା କ୍ୟାସ ଓ ଫୋନ ପେ ମାଧ୍ଯମରେ ୩ ଲକ୍ଷ ୭୮ ହଜାର ଏକ ଶହ ଟଙ୍କା ଲୁଟ କରି ପରେ ଉକ୍ତ ଯୁବକ ଙ୍କ ଲୋଭ ଆହୁରି ବଢି ବଢି ଯାଇଥିଲା l ପରେ ସେ ସ୍ୱାମୀଙ୍କ ଚାକିରୀ କ୍ଷେତ୍ର ବ୍ରହ୍ମପୁରକୁ ଶ୍ୟାମ ବାବା ଙ୍କ ଝଣ୍ଡା ଦେବା ବାହାନା ରେ ଆସି ଶେଷରେ ଅଧିକ ଟଙ୍କା ଦାବୀ ସହିତ ମହିଳାଙ୍କୁ ଯୁବକ ପ୍ରେମ ନିବେଦନ କରି ଜବରଦସ୍ତ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ମହିଳା କିନ୍ତୁ କୌଶଳ କ୍ରମେ ଖସି ଆସି ଥିଲା l ଏବଂ ଘଟଣା ର ସୀମା ଟପି ଯିବା ପରେ ଗତ କାଲି ସୁବର୍ଣ୍ଣପୁର ଏସପି ଙ୍କୁ ଭେଟି ଉକ୍ତ ସ୍ୱାମୀ ସ୍ତ୍ରୀ ଅଭିଯୋଗ କରିଥିଲେ l ପରେ ସୋନପୁର ସଦର ଥାନା ରେ କେଶ ଦାୟର କରିଥିଲେ l କେଶ ନମ୍ବର 202 us 354 (A)/354 (C)/354 ( D), 324, 307, 384, 386, 506 IPC / 66( E )/67 IT ଧାରାରେ ଅଭିଯୁକ୍ତ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତ ଯୋଗୀନ୍ଦ୍ର ସୋନିକୁ ମୋବାଇଲ ଟ୍ରାକ କରି ଟିଟିଲାଗଡ଼ ରେଲୱେ ଷ୍ଟେସନ ଠାରେ ବୁଧବାର ରାତିରେ ଛତିଶଗଡ଼ ପୋଲିସ ସହାୟତାରେ ସୋନପୁର ପୋଲିସ କାବୁ କରିଥିଲେ l ଏ ସମ୍ବେଦନଶୀଳ ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସୋନପୁର ଥାନାରେ ଏସପି ଶ୍ରୀ ଅମରେଶ ପଣ୍ଡା ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି l ଏବଂ ଆଗାମୀ ଦିନ ପାଇଁ ସମସ୍ତ ଯୁବତୀ ମହିଳା ଓ ଆମ ସମାଜ ପାଇଁ ଏହା ଏକ ସତର୍କ ଘଣ୍ଟି ବୋଲି କହିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.