ହୃଦୟ ଜିତିଲା ଋଷି ସୁନକଙ୍କ ବିନମ୍ରତା, ଆଣ୍ଠୁ ମାଡି ଶେଖ ହସିନାଙ୍କ ସହ ହେଲେ କଥା, ଭାଇରାଲ ହେଲା ଫଟୋ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଶେଷ ହୋଇଛି ଜି୨୦ ଶିଖର ସମ୍ମିଳନୀ । ସମ୍ମିଳନୀ ତ ଶେଷ ହୋଇଛି କିନ୍ତୁ ସ୍ମୃତି ସାଉଁଟିବାକୁ କଏଦ ହୋଇଛି ଅନେକ ଫଟୋ । ଆଉ ଏହାରି ଭିତରେ ଭାଇରାଲ ହେଇଛି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଅନେକ ଫଟୋ । ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ସୁନକ । ସୁନକ ଓ ତାଙ୍କ ପତ୍ନୀ ଅକ୍ଷରାଧାମ ମନ୍ଦିର ପରିଦର୍ଶନ କରିବା ସମୟର ବିଶେଷ ଫଟୋ ଦେଖିବାକୁ ମିଳିଥିଲା । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ସୁନକଙ୍କ ଆଉ ଏକ ଫଟୋ । ଯାହା ତାଙ୍କର ବିନମ୍ରତାକୁ ପ୍ରମାଣିତ କରୁଛି । ହୃଦୟ ଜିତି ନେଇଛି ସୁନକଙ୍କ ଏହି ଫଟୋ । ଯେଉଁଥିରେ ସୁନକ ତଳେ ଆଣ୍ଠୁ ମାଡି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସହ କଥା ହେଉଛନ୍ତି ।

Omkar Vasthu
Omkar Vasthu

ଜି୨୦’ ଶିଖର ସମ୍ମିଳନୀ ସମାବର୍ତ୍ତନ ସମାରୋହ ବେଳେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାଖରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଖାଲିପାଦରେ ଗୋଟିଏ ଆଣ୍ଠୁ ତଳେମାଡ଼ି କଥା କହୁଥିବାର ଫଟୋ ଭାଇରାଲ୍ ହେଉଛି। ତେବେ ସୁନକଙ୍କର ବିନମ୍ରତାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି ।ଏହି ଫଟୋକୁ ସେହାର କରି ଜଣେ ୟୁଜର୍ସ ଲେଖିଛନ୍ତି, “ସମସ୍ତେ କୁହନ୍ତି ବଡ ଲୋକଙ୍କ ମନରେ ବହୁତ ଅହଙ୍କାର ଥାଏ କିନ୍ତୁ ପ୍ରକୃତରେ ଏହା ସତ୍ୟ ନୁହେଁ । ପ୍ରକୃତ ବଡଲୋକଙ୍କ ପାଖରେ ଅହଙ୍କାର ନଥାଏ । ଏହା ତାଙ୍କର ସଂସ୍କାରରୁ ପ୍ରତିପାଦିତ ହୋଇଥାଏ “ ।

Pearl dental clinic
Near Ashish Medical Store, Bhawanipatna

ସୂଚନାଯୋଗ୍ୟ ଯେ, ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପତ୍ନୀ ଅକ୍ଷତାଙ୍କ ସହ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ । ଗସ୍ତର ପ୍ରଥମ ଦିନ ପରେ ପତ୍ନୀଙ୍କ ସହ ନୂଆଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ । ସେଠାରେ ପୂଜାର୍ଚ୍ଚନା କରିଥିଲେ ସୁନକ ଦମ୍ପତି । ସମ୍ମିଳନୀ ସମାପ୍ତ ହେବା ପରେ ବ୍ରିଟେନ ଫେରିଛନ୍ତି ସୁନକ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.