କେରୋକୁଡା ଆଶ୍ରମ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ

ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଆନୁକୂଲ୍ୟରେ କେରୋକୁଡା ସରକାରୀ ଆଶ୍ରମ ବିଦ୍ୟାଳୟ ପରିସରରେ ଅଭିଭାବକମାନଙ୍କୁ ନେଇ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ  ଦିଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଈ ଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୋଦ କୁମାର ସାହୁ, ସମ୍ମାନିତ ଅତିଥିଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଡମ୍ବରୁଧର ସାହୁ, ବିଦ୍ୟାଳୟ ପରିଚାଳନା କମିଟୀ ଅଧ୍ୟକ୍ଷ ଘୁଟୁ ଦୁର୍ଗା, ସରିଆଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ସାହା, ଗାଈ ଗାଁ କୃଷି ଅଧିକାରୀ ତୀର୍ଥ ଶବର ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଶିକ୍ଷକ ଅଭିଭାବକ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରିବା, ସରକାରଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ବିଭିନ୍ନ ସୁବିଧା ସୁଯୋଗ ଲୋକଲୋଚନକୁ ଆଣି ତା’ର ଉଚିତ ବ୍ୟବହାର କରାଯାଇ ସରକାରୀ ଶିକ୍ଷା ନୀତିକୁ ସଫଳ କରାଇବା ଏକ ପ୍ରୟାସ ବୋଲି ପ୍ରଧାନ ଶିକ୍ଷକ ଅଭିଭାଷଣରେ କହିଥିଲେ । ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଓ ଶିକ୍ଷାର ମହତ୍ବ ଉପରେ ଅତିଥିବୃନ୍ଦ ଆଲୋକପାତ କରିଥିଲେ । ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ନେଇ ସଙ୍ଗାତ, ରଙ୍ଗୋଲି, ଚିତ୍ରାଙ୍କନ, ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତହୋଇ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା । ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ରଖାଯାଇ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଶିଶୁ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବନ ବିଭାଗ, ମତ୍ସ୍ୟ ଓ ସ୍ଵୟଂ ସହାୟିକା ଗୋଷ୍ଠୀ, ଶିକ୍ଷା ବିଭାଗ ଆଦି ପ୍ରଦର୍ଶନ କରିଥିଲେ। ବରିଷ୍ଠ ଶିକ୍ଷକ ଉପେନ୍ଦ୍ର କୁମାର ସା ମଞ୍ଚ ପରିଚାଳନା କରିଥିବାବେଳେ ବ୍ଲକ ମଙ୍ଗଳ ଅଧିକାରୀ ଭୂମିସୂତା ମାଝୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋଜ ଶବରଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବିକ, ସି.ସି.ଏଚ, ମେଟ୍ରନ ମଞ୍ଜରୀ ଜାଲ ଓ ସହ ଶିକ୍ଷୟତ୍ରୀ ରେଖା କୁମାରୀ ସାହା ପ୍ରମୁଖ ସହଯୋଗ କରିଥିଲେ।  ଶେଷରେ ସହ ଶିକ୍ଷକ ଚିରଞ୍ଜିବ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.