ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ରୁପ୍ରାରୋଡଠାରେ ଶ୍ରୀ ଗଣେଶ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସିଦ୍ଧିଦାତା, ବିଘ୍ନ ବିନାଶକ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସାରା ଦେଶ। ଓଡ଼ଶାରେ  ମଧ୍ୟ ଏନେଇ ଦେଖିବାକୁ ମିଳିଛି ଉତ୍ସବର ମାହୋଲ। କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ରୁପ୍ରାରୋଡର ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଯୁବକ ସଂଘ ଆଦି ବିଭିନ୍ନ ସ୍ଥାନରେ  ବିଘ୍ନ ବିନାଶକଙ୍କ ପୂଜାନୋତ୍ସବ ମହା ସମାରୋହରେ ଆୟୋଜିତ ହୋଇ ଆସୁଛି। ଏହି କ୍ରମରେ ରୁପ୍ରାରୋଡ ସ୍ଥିତ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲଠାରେ ଅତି ସୁନ୍ଦର ସାଜସଜ୍ଜା ଓ ଆକର୍ଷଣିୟ ମୂର୍ତ୍ତି ସହ ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତିରେ ପାଳିତ ହୋଇଛି ଗଣେଶ ପୂଜା।

Omkar Vasthu
Omkar Vasthu

ଏଥିରେ କର୍ତ୍ତା ଭାବେ ଶିକ୍ଷକ ବିଭୁ ରଞ୍ଜନ ମହାହୁତି ଦାଇତ୍ୱ ନିର୍ବାହ କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ବିଜୟ ମହାପାତ୍ର, ଚୈତନ୍ୟ ସାହୁ, ପଦ୍ମନାଭ ଝାଙ୍କର, ମନୋଜ ପୋଢ, ପ୍ରେମଚାନ୍ଦ ସାହୁ, ତୁଳସୀ ବେହେରା, ନିବେଦିତା ସାହୁ, ପ୍ରେମାଞ୍ଜଳୀ ପୋଢ, ପୂଜା ଅଗ୍ରୱାଲ, ଦିପ୍ତିମୟୀ ଭୋଇଙ୍କ ସମେତ ସହାୟିକା ଚନ୍ଦ୍ରିକା କରୁଆଁ ଓ ଧିରୋଜ ସେଠୀ ସହଯୋଗ କରିଥିଲେ। ଆଜି ସକାଳୁ ରୁପ୍ରାରୋଡର ଅନେକ ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ ଓ ଘର ମାନଙ୍କରେ ଶ୍ରୀଗଣେଶଙ୍କ ପୁଜା ଆରମ୍ଭ ହୋଇ ଯାଇଥିବାବେଳେ କେତେକ ଅନୁଷ୍ଠାନରେ ଅପରାହ୍ନ ସମୟରେ ପ୍ରତିଷ୍ଠା ହୋଇ ପୂଜିତ ହେବେ ଗଣପତି। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.