ତେଜିଲା ମଦ ବିରୋଧୀ ଆନ୍ଦୋଳନ

କୁଚିଆ ମଦ ବେପାରୀଙ୍କ ସହ ପୋଲିସର ସଲାସୂତୁରା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସରକାର ମହିଳା ମାନଙ୍କ ସଶକ୍ତି କାରଣ ନାଁରେ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଲାଭଖୋର ମନୋଭାବ ଯୋଗୁଁ କେତେକ କ୍ଷେତ୍ରରେ ସରକାରଙ୍କ ଯୋଜନା ସ୍ଲୋଗାନରେ ହିଁ ସୀମିତ ରହୁଥିବା ଦେଖିବାକୁ ମିଳିଛି ।ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଲଛିପୁର ଥାନା ଅନ୍ତର୍ଗତ ଛୋକରମାଲ ପଞ୍ଚାୟତର ବସଲାଟ ଗାଁରେ ରବିବାର ୧୧ଟି ଏସଏଚଜି ଗ୍ରୁପ୍ ର ପାଖା ପାଖି ୧୩୦ ଜଣ ମହିଳା ମାନେ ମିଶି ମଦ ବିରୋଧି ଆନ୍ଦୋଳନ ପାଇଁ ଲଛିପୁର ଥାନା ଘେରାଉ କରିଥିବା ଜଣାପଡିଛି । ମହିଳାମାନଙ୍କ କହିବାନୁଯାୟୀ, ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗର ମଧୁ ଚନ୍ଦ୍ରିକାରେ ଖୁଲମଖୁଲା ଭାବେ ଉକ୍ତ ଅଞ୍ଚଳରେ ମଦ ବିକ୍ରି ହେଉଥିବାରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାନୀୟ ପୋଲିସ୍ କିମ୍ୱା ଅବକାରୀ ବିଭାଗ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଥିଲେ। ଲଛିପୁର ଠାରେ ଥିବା ସରକାରଙ୍କ ସ୍ଵୀକୃତି ପ୍ରାପ୍ତ ମଦ ଭାଟିରୁ ଉକ୍ତ ଗ୍ରାମର କିଛି କୂଚିଆ ମଦ ବେପାରୀ ମଦ ଆଣି ଏହି ଗ୍ରାମରେ ବିକ୍ରି କରୁଥିବା ଅନେକ ଥର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ଲଛିପୁର, ଛକୋରମାଲ, ରେଙ୍ଗାଲି, ଖଲିଆପାଲି ଗ୍ରାମ ପଞ୍ଚାୟତ ଗୁଡ଼ିକର ଅଧିକାଂଶ ଗ୍ରାମରେ ଦେଶୀ ଓ ବିଦେଶୀ ମଦର ଦୋକାନ ଖୋଲା ଖୋଲି ଭାବେ ମୁଖ୍ୟ ରାସ୍ତା ତଥା ମୁଖ୍ୟ ଛକ ଏପରିକି ଗାଁ ଭିତରେ ମଧ୍ୟ ବିକ୍ରୀ କରୁଥିଲେ ମଧ୍ଯ ପୋଲିସ ନୀରବ ସାଜି ଥିବାରୁ ପୋଲିସ ଓ ଆଇନ ବ୍ୟବସ୍ଥା ଉପରେ ଆଉ ଭରସା ନାହିଁ ବୋଲି ଅଞ୍ଚଳର ଜନ ସାଧାରଣ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ବେଆଇନ ମଦ କାରବାର ବନ୍ଦ ନେଇ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.