ଯୋଗେଶ୍ୱର କୃଷକ ମଞ୍ଚର ଗଣ ଧାରଣା; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସ୍ଥାନୀୟ ପୋଲିସ ପଡିଆଠାରେ ଆଜି ପୂର୍ବାହ୍ନରେ ଯୋଗେଶ୍ୱର କୃଷକ ମଞ୍ଚର ଶହସ୍ରାଧିକ ସଦସ୍ୟ ଏକତ୍ରିତ ହୋଇ ଥିଲେ | ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନୂଆପଡା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କରିବା ସହିତ ଗଣ ଧାରଣାରେ ବସିଥିଲେ | ଜୋଙ୍କ ଜଳ ସେଚନ ପ୍ରକଳ୍ପର ବିଭିନ୍ନ ସମସ୍ୟାର ଉଚିତ ପ୍ରତିକାର ଓ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ ପାଇଁ ମୁଖ୍ୟତଃ ଜ୍ଞାପନ ପତ୍ରରେ ପ୍ରଦାନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଆବାହକ ଭରତ ରାଉତ ସମେତ ପ୍ରକାଶ ଦୀକ୍ଷିତ, ନନ୍ଦ ଲାଲ ରାଉତ, ଖୁଟମନ ଭେରା ସରପଞ୍ଚ ଚମନ ଲାଲ ପାଣ୍ଡେ, ସାରାବଙ୍ଗ ସମିତି ସଭ୍ୟା ଯୋଗେଶ୍ୱରୀ ସାହୁ, ରାମ ଚରଣ ସାହୁ, ନୋହର ଲାଲ ଦଣ୍ଡସେନା, ଆୱାଦେଶ ଦୀକ୍ଷିତ, କାକୁ ଅଗ୍ରୱାଲ, ମୋହିତ ଲାଲ ଦୀକ୍ଷିତ, ଶୋଭା ରାମ ସାହୁ, ଚମନ ଲାଲ ପାଣ୍ଡେ ପ୍ରମୁଖ ବିକ୍ଷୋଭ ସଭାରେ ମଂଚାସୀନ ଥିଲେ | ସଦର ବ୍ଲକର ଅମାନର, ସାରବଙ୍ଗ, ମୋଟା ନୂଆପଡା, ଚୁଲାଭଟ, ଧରମବନ୍ଧା, ଖୁଟମନ ଭେରା ପଂଚାୟତର ସମସ୍ତ ଚାଷୀ ଏଥିରେ ସାମିଲ ହୋଇ ଥିଲେ | ପ୍ରକାଶ ଜେ ଚାଷୀକୁଳ ୫ଦଫା ଏକ ଦାବିପତ୍ର ଜିଲ୍ଲ ପ୍ରଶାସନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜ୍ଞାପନ କରିଛନ୍ତି | ଉକ୍ତ ୫ଦଫା ଦାବୀ ଗୁଡିକ ହେଲା ଜୋଙ୍କ ଜଳ ସେଚନ ପ୍ରକଳ୍ପର ଜଳ ଧାରଣା କ୍ଷମତାକୁ ତୁରନ୍ତ ୩୫୪.୬  କୁ ବଢ଼ା ଯାଉ, ଜୋଙ୍କ ଜଳ ସେଚନ ପ୍ରକଳ୍ପର ଲମ୍ବିତ ପରିବେଶ ଅନୁମତିକୁ ଯଥା ଶୀଘ୍ର ଦିଆ ଯାଉ, ପାଣି ପଂଚାୟତ ନିର୍ବାଚନକୁ ସ୍ୱଚ୍ଛତାର ସହିତ ଅତିଶୀଘ୍ର କରାଯାଉ, ଚାଷୀ ମାନଙ୍କ ନାମରେ ହୋଇ ଥିବା ବିଭିନ୍ନ କେଶ ପତ୍ରକୁ ପ୍ରତ୍ୟାହାର କରାଯାଉ ଏବଂ ଗିରଫ ହୋଇ ଥିବା ଚାଷୀଙ୍କୁ ଛଡା ଯାଉ | ଉକ୍ତ ଦାବିପତ୍ରକୁ ଜିଲ୍ଲା ପ୍ରଶାସନ ତରଫରୁ ନୂଆପଡା ଉପ ଜିଲ୍ଲପାଳ ସୁବାଷ ଚନ୍ଦ୍ର ରଇତା ଗ୍ରହଣ କରି ପ୍ରତିଶୃତି ଦେଇଥିବା ପରେ ବିକ୍ଷୋଭ କାରୀ ସେଠାରୁ ଓହରି ଯାଇଥିଲେ | ଯଦି ଏହି ଦାବୀ ଗୁଡିକ ୭ ଦିନ ମଧ୍ୟ ରେ ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଓ ବିକ୍ଷୋଭର ଭାୟାବହାତର ଦାୟୀ ଜିଲ୍ଲା ପ୍ରଶାସନ ରହିବ ବୋଲି ଚାଷୀ ନେତା ଭରତ ରାଉତ ପ୍ରକାଶ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.