ସଇଁତଲା କନ୍ୟା ଆଶ୍ରମରେ ‘ଅଭିଭାବକ ଜଣେ ଅଂଶୀଦାର’ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ କନ୍ୟା ଆଶ୍ରମ ପରିସରରେ ଜିଲ୍ଲା ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଶ୍ରୀ ଶ୍ରୀ ଗଣେଶଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥିମାନେ ଦୀପ ପ୍ରଜ୍ଜଳନ କରିଥିଲେ l ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ହୋତାଙ୍କ ଅଧ୍ୟକ୍ଷତା ଆୟୋଜିତ ବୈଠକରେ ସିଡିପିଓ ସବିତା ଦାସ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସଇଁତଲା କେନ୍ଦୁଲିପ୍ ରେଞ୍ଜର ଭାସ୍କର ପାଣିଗ୍ରାହୀ, ସ୍ୱାସ୍ଥ୍ୟ ବିଭାଗର ଡା. ବିଶ୍ୱଜିତ ମିଶ୍ର, ମୁରିବାହାଲ ବ୍ଲକ ମଙ୍ଗଳ ଅଧିକାରୀ ଭୀମରାଜ ମାଝୀ, ସାମ୍ବାଦିକ ଦୟାନିଧି ସାହୁ ଓ ପରିଚାଳନା କମିଟିର ସଭାପତି ଭରତ ଭୋଇ ପ୍ରମୁଖ ମଞ୍ଚାସୀନ ରହି ଅଭିଭାବକ ଜଣେ ଅଂଶୀଦାର ଉପରେ ଆଲୋକପାତ କରିଥିଲେ l ଏହାପରେ ଛାତ୍ରୀ ଓ ମହିଳା ଅଭିଭାବକମାନଙ୍କ ମଧ୍ୟରେ ରଙ୍ଗୋଲି ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଜୟୀ ଛାତ୍ରୀ ଓ ଅଭିଭାବକମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ମିଶନ ଶକ୍ତି, କେନ୍ଧୁଲିପ୍ ବିଭାଗ, ପ୍ରାଣୀ ଧନ ବିଭାଗ, ମତ୍ସ୍ୟ ବିଭାଗ ପ୍ରଭୁତି ୭ଗୋଟି ପ୍ରଦର୍ଶନୀ ସ୍ଥଳଗୁଡିକ ରହିଥିଲା l ପରେ ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାଯ୍ୟକ୍ରମ ପରିବେଷିତ ହୋଇଥିଲା l କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ବିଦ୍ୟୁତଲତା ଦେଇ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଜୟନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଶ୍ରୀଲତା ମିଶ୍ର, ସଂଗୀତା ରଥ, ସନ୍ଧ୍ୟାରାଣୀ ଗହୀର, ପ୍ରତ୍ୟାସିନି ବାଗ, ଶୋଭାଷିନୀ ମିଶ୍ର, ବିଜୟଲଷ୍ମୀ ଦାସ, ସ୍ଵାଗତିକା ଶତପଥି, ଅନ୍ନପୂର୍ଣ୍ଣା ମାଝୀ, ପଦ୍ମାଲୟା ପାତ୍ର ଓ ଗଗନ ବେହେରା ପ୍ରମୁଖ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.