ରାଜ୍ୟସଭାରୁ ନିଲମ୍ବିତ ମାମଲାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଲେ ସାଂସଦ ରାଘବ ଚଢା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବନ କରିବା ମାମଲାରେ ସୁପ୍ରିମକୋର୍ଟଙ୍କୁ ଚ୍ୟାଲେଞ୍ଜ ଦିଆଯାଇଛି। ରାଜ୍ୟ ସଭାରୁ ନିଲମ୍ବନ ବିରୋଧରେ ଆପ୍ ସାଂସଦ ରାଘବ ଚଢା ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଅଗଷ୍ଟ ମାସରେ ରାଘବଙ୍କୁ ନିଲମ୍ବିତ କରାଯାଇଥିଲା। ୫ ଜଣ ସାଂସଦଙ୍କ ସହମତି ବିନା ଚୟନ କମିଟିରେ ତାଙ୍କ ନାମ ପ୍ରସ୍ତାବ ଦେଇଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏହି ମାମଲା ବର୍ତ୍ତମାନ ସଂସଦର ଅଧିକାର କମିଟିରେ ଅଛି। ରାଘବ ତାଙ୍କ ନିଲମ୍ବନକୁ ଭୁଲ ବୋଲି କହିଛନ୍ତି। ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ, ନିୟମ ଉଲ୍ଲଂଘନ ଏବଂ ଅବମାନନା ଆଚରଣ କାରଣରୁ ପ୍ରଧାନ ଅଧିକାର କମିଟିର ରିପୋର୍ଟ ଆସିବା ଯାଏ ରାଘବ ଚଢାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଏହା ବ୍ୟତୀତ ସରକାରୀ ବଙ୍ଗଳା ମାମଲାରେ ମଧ୍ୟ ହାଇକୋର୍ଟରେ ପହଞ୍ଚିଛନ୍ତି ଆପ୍ ନେତା ରାଘବ। ଟାଇପ -୭ ବଙ୍ଗଳା ସମ୍ପର୍କରେ ଦିଲ୍ଲୀ କୋର୍ଟରୁ ତାଙ୍କ ବିରୋଧରେ ଆସିଥିବା ଆଦେଶ ସମ୍ପର୍କରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଆବେଦନପତ୍ର ତାଲିକାଭୁକ୍ତ ହୋଇଛି ଏବଂ ଆସନ୍ତାକାଲି ଏହାର ଶୁଣାଣି ହେବ।ନିକଟରେ ପଟିଆଲା ହାଉସ କୋର୍ଟ ତାଙ୍କୁ ଟାଇପ୍ ୭ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ବର୍ତ୍ତମାନ ରାଜ୍ୟସଭା ସାଂସଦ ପଟିଆଲା ହାଉସ କୋର୍ଟର ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ପହଞ୍ଚିଛନ୍ତି। ନିମ୍ନ ଅଦାଲତର ଆଦେଶ ବାତିଲ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢା ଚ୍ୟାଲେଞ୍ଜ କରିଛନ୍ତି। ସୂଚନା ଥାଉ କି ଜୁଲାଇ ୨୦୨୨ରେ ରାଘବଙ୍କୁ ଟାଇପ୍‌-୬ ବଙ୍ଗଳା ଆବଣ୍ଟନ କରାଯାଇଥିଲା। ଅଗଷ୍ଟ ୨୦୨୨ରେ ସେ ଟାଇପ୍‌-୭ ଆବାସ ଆବଣ୍ଟନ ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ପଣ୍ଡାରା ରୋଡରେ ଟାଇପ୍‌-୭ ଆବାସ ବଙ୍ଗଳା ଦିଆଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.