ଜୁନାଗଡ଼ ଏନଏସସିରେ ଜିଆଇଏସ/ଆରଏସ ଆଧାରିତ ମାଷ୍ଟର ପ୍ଲାନ ଉପରେ କର୍ମଶାଳା 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଆଜି ଏନ.ଏ.ସି ମିଟିଂ ହଲରେ ଜିଆଇଏସ/ଆରଏସ ଆଧାରିତ ମାଷ୍ଟର ପ୍ଲାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜୁନାଗଡ଼ ଚେୟାରମ୍ୟାନ୍ ମୁକେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ହିମାଦ୍ରି ନାଏକ ଓ ସମସ୍ତ ୱାର୍ଡ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ, ଜୁନାଗଡ଼ର ସମସ୍ତ ଅଧିକାରୀ, ୱାର୍ଡ ଅଧିକାରୀ, ୱାର୍ଡ ସଂଯୋଜକ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରିଥିଲେ। ଜୁନାଗଡ ଏନ.ଏ.ସି ସମ୍ବନ୍ଧରେ ସମ୍ପ୍ରଦାୟ ସଂଗଠକ ଏବଂ ସହରୀ ଯୋଜନାକାରୀ, ଏମ.ଆଇ.ଏସ ଅଧିକାରୀ ଜୁନାଗଡ଼ ମଧ୍ୟ ଉପସ୍ଥିତ ଥିଲେ ।ଜୁନାଗଡ଼ ଏନ.ଏ.ସି ତଥା ଜୁନାଗଡ଼ ବ୍ଲକରେ ଥିବା ଭାଈରୀଗୁଡା, ମେନକାପଦର, ମରାଜର, ଚଂଚରାଭାଡ଼ି, ମେରିଆବନ୍ଧଳୀ, ଭତ୍ରାଗୁଡା ଆଦି ଗ୍ରାମକୁ ନେଇ ମାଷ୍ଟର ପ୍ଲାନରେ ଅନ୍ତର୍ଭୁକ୍ତ କରି ଆଜି କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.