ସହରାଞ୍ଚଳ ହୋଇଥିଲେ ମଧ୍ୟ ୨୫ ଦିନ ବଦଳରେ ରହିଛି ୪୫ ଦିନ ପୁନଃ ବୁକିଙ୍ଗ ସମୟ ଅବଧି
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏନଏସି ଘୋଷିତ ହୋଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଉପଭୋକ୍ତା ରନ୍ଧନ ଗ୍ୟାସ ବୁକିଂ କରିବା ପାଇଁ ୪୫ ଦିନ ଅର୍ଥାତ ଦେଢ ମାସ ସମୟ ଅବଧି ଲାଗୁଛି। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠୁଁ ଡିଜେଲ, ପେଟ୍ରୋଲ ସାଙ୍ଗକୁ ରନ୍ଧନ ଗ୍ୟାସ ସମସ୍ୟା ଘରେ ଘରେ ଦେଖା ଦେଇଛି। ଯୁଦ୍ଧ ଯୋଗୁଁ ରନ୍ଧନ ଗ୍ୟାସ ସମସ୍ୟା ଓ ପେଟ୍ରୋଲ ଡିଜେଲ ସମସ୍ୟା ଏଯାଏଁ ଥମିନି। ଏବେ ମଧ୍ୟ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ତେଲ ପାଇଁ ବାଇକ ଓ କାର ଚାଳକଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନ୍ ରେ ଛିଡ଼ା ହେବାକୁ ପଡୁଛି। ଏହା ସତ୍ତ୍ୱେ ମଧ୍ୟ ପର୍ଯ୍ୟାପ୍ତ ତେଲ ଉପଲବ୍ଧ ହୋଇ ପାରୁନି। ରନ୍ଧନ ଗ୍ୟାସ ସହରାଞ୍ଚଳ ପାଇଁ ୨୫ ଦିନ ଓ ଗ୍ରାମାଞ୍ଚଳ ପାଇଁ ୪୫ ଦିନ ପରେ ପୁନଃ ବିକିଂ କରି ପାରିବେ ଉପଭୋକ୍ତା ବୋଲି ସମୟ ଅବଧି ରଖା ଯାଇଛି। ଏହା ଆଗରୁ ବୁକିଙ୍ଗ କଲେ କମ୍ପ୍ୟୁଟର ଗ୍ରହଣ କରୁନି। ନର୍ଲା ଅଞ୍ଚଳ ଏନଏସି ଘୋଷଣା ହୋଇ ସାରି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ନର୍ଲା ଓ ସର୍ଗିଗୁଡା କୁ ଏବେ ମଧ୍ୟ୍ୟ ସହରାଞ୍ଚଳ ବଦଳରେ ଗ୍ରାମାଞ୍ଚଳ ରେ ଗଣନା କରି ପୁନଃ ରନ୍ଧନ ଗ୍ୟାସ ଵୁକିଂ କୁ ପୂର୍ବ ଭଳି ୪୫ ଦିନ ସମୟ ଅବଧି ରେ ସ୍ଥିର ରଖାଯାଇଥିବା ଜଣା ପଡିଛି। ଯଦି ଏନଏସି କୁ ସହରାଞ୍ଚଳ ରେ ଗ୍ରହଣ କରୁ ନାହାନ୍ତି ଗ୍ୟାସ ବୁକିଙ୍ଗ କତ୍ତୃପକ୍ଷ ତାହେଲେ ଆଉ କେଉଁ ନୀତିକୁ ଗ୍ରହଣ କରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ନର୍ଲା ରେ ଏହି ନିୟମ ବଳବତ୍ତର ରହିଥିବାରୁ ରନ୍ଧନ ଗ୍ୟାସ ସରିଗଲେ ଉପଭୋକ୍ତା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାବୁ ମିଳୁଛି। ଆଗରୁ ଲୋକ ୧୫ ଦିନକୁ ଥରେ ପୁନଃ ଗ୍ୟାସ ବୁକିଙ୍ଗ କରି ପାରୁଥିଲେ। ବଡ ପରିବାର ମାନଙ୍କୁ ୧୫ ରୁ ୨୦ ଦିନ ଯାଉଛି ଗୋଟିଏ ଘରୋଇ ସିଲିଣ୍ଡର। ଏଣୁ ରନ୍ଧନ ଗ୍ୟାସ ଅଭାବରେ ନର୍ଲା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୦ ରୁ ୩୦୦ ଟଙ୍କା ଅଧିକ ଦେଇ ବ୍ଲାକ ରେ ରନ୍ଧନ ଗେସ କିଣିବାକୁ ବାଧ୍ୟ ହେଉଛନ୍ତି ଉପଭୋକ୍ତା।ଠିକ ସେହଭଳି ପରିସ୍ଥିତି ଯୋଗୁଁ ନର୍ଲା ରେ ହୋଟେଲ୍ ଓ ଜଳଖିଆ ଦୋକାନ ଗୁଡିକ ଉପରେ ଏହାର ସିଧା ପ୍ରଭାବ ପକାଇଛି।କିରୋସିନି ଆଗଭଳି ଉପଲବ୍ଧ ନାହିଁ।ଏବେ ଲୋକେ କାଠ ଓ ବିଦ୍ୟୁତ ଚୁଲା ଇଣ୍ଡଡକସନ ର ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ଇଣ୍ଡଡକସନ ର ବହୁଳ ବ୍ଯବହାର ଫଳରେ ଅଞ୍ଚଳରେ ଲୋଭୋଲଟେଜ ସମସ୍ୟା ଦାଉ ସାଧୁଛି। ଏବେ ଆଉ ଗେସ ଆମଦାନୀ ରେ ଅସୁବିଧା ବି ହେଉନି।ଏଣୁ ୨୫ ଦିନରେ ଗ୍ୟାସ ପୁନଃ ବୁକିଙ୍ଗ ପ୍ରକ୍ରିୟା କିଭଳି ଲାଗୁ ହୋଇ ପାରିବ ସେଥିପ୍ରତି ନର୍ଲାଏନଏ ସି କତୃପକ୍ଷ ଓ ନିର୍ବାଚିତ ଜନ ପ୍ରତିନିଧି ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।





