ହୁତୁ ହୁତୁ ହୋଇ ଜଳିଗଲା ନର୍ଲା ଚାରିଛକର ଦୀପ୍ତି ଚପଲ ଦୋକାନ

ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବଣିକ ସଂଘ ତରଫରୁ ଧୁମଧାମରେ ବସଷ୍ଟାଣ୍ଡ ଠାରେ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ । ଗତକାଲି (ରବିବାର) ଗଭୀର ରାତିରେ ଘଟିଯାଇଛି ଅଘଟଣ। ନର୍ଲା ଚାରିଛକ ସ୍ଥିତ ସନ୍ତୋଷ ଗୌଡ଼ କମ୍ପ୍ଲେକ୍ସ ରେ ରହିଥିବା ଦୀପ୍ତି ଫୁଟ ୱେରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଚପଲ, କାଠ ଓ କାଚ ନିର୍ମିତ ରେକ ସବୁ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ପାଖାପାଖି ରାତି ୧୨ ଟା ରୁ ୧୨.୩୦ ମଧ୍ୟରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । କିଛି ସ୍ଥାନୀୟ ବ୍ୟକ୍ତି ସଟର ବନ୍ଦ ଚପଲ ଦୋକାନରୁ ଖୁବ ଜୋରରେ ଧୂଆଁ ବାହାରିବା ଦେଖି ଦମକଳ ବାହିନୀ, ଦୋକାନ ମାଲିକ ଘଣ୍ଟାମାଲ ଗ୍ରାମ ପଂଚାୟତ ଆଡରିଙ୍ଗ ଗ୍ରାମର କୃଷ୍ଣଚନ୍ଦ୍ର ଓ କମ୍ପ୍ଲେକ୍ସ ମାଲିକ ସନ୍ତୋଷ ଗୌଡ଼ଙ୍କୁ ଖବର କରିଥିଲେ । ସ୍ଥାନୀୟ ବ୍ୟବସାୟୀ, ବଣିକ ସଂଘର ସଦସ୍ୟ ଓ ଯୁବକ ମାନେ ନିଆଁ ଲିଭାରେ ଦମକଳ ବହିନୀକୁ ସହଯୋଗ କରିଥିଲେ । ରାତି ନର୍ଲା ଦମକଳ ବାହିନୀ ଆସି ଦୁଇ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଦୋକାନର ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ବସ୍ତୁ ପୋଡି ପାଉଁଶ ହୋଇସାରିଥିବା ଜଣାପଡିଛି। ନର୍ଲା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗିଥାଇପାରେ। ବୋଲି ଆଶଙ୍କା କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.