ସୋନପୁରରେ ପ୍ରସିଦ୍ଧ ହରଗୌରି ଯାତ୍ରା ଆରମ୍ଭ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଢେରାପଡା ଠାରେ ଚାଲୁଥିବା ହରଗୌରି ଯାତ୍ରା ପାଇଁ ପ୍ରଥମେ ଗୌରୀଙ୍କୁ ଆବାହନ ପରେ ପରେ ରବିବାର ଘଣ୍ଟଘଣ୍ଟା ଢୋଲନିଶାଣର ତାଳେତାଳେ ଏକ ବିରାଟ ପଟୁଆରରେ ଢେରାପଡାକୁ ଶିବଙ୍କର ଆଗମନ ହୋଇଛି। ଏଥିପାଇଁ ରବିବାର ସଂଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଢେରାପଡାର ଶତାଧିକ ମହିଳା ଓ ପୁରୁଷ ମିଶି ଦୁର୍ଗାମଣ୍ଡପ ନିକଟସ୍ଥ ସ୍ଵର୍ଗତ ଗୋଲେଖ ନାଥ ସାହୁଙ୍କ ବାସଭବନରୁ ଦେବଦେବ ମହାଦେବଙ୍କୁ ଆବାହନ କରି ତାଙ୍କୁ ଜଣେ ବିବାହିତ ମହିଳା ଜୟଶ୍ରୀ ପାତ୍ର ମୁଣ୍ଡରେ ଧାରଣ କରି ଆଣିଥିଲେ। ପରେ ରାସ୍ତାରେ ବିଭିନ୍ନ ଦ୍ଵାରରେ ହରଙ୍କୁ ପୂଜା ସହ ଢେରାପଡା ସ୍ଥିତ ପୂଜା ମଣ୍ଡପଙ୍କୁ ଆଣି ଗୌରୀଙ୍କ ପାର୍ଶ୍ଵରେ ସ୍ଥାପନା କରିଥିଲେ। ଆଜି ସୋମବାର ଠାରୁ ହରଗୌରୀଙ୍କୁ ସାତଦିନ ବ୍ୟାପି ଷୋଡଶ ଉପଚାରରେ ପୂଜା ଓ ରୁଦ୍ରାଭିଷେକ କରାଯିବ ବୋଲି କମିଟି କର୍ମକର୍ତ୍ତାଙ୍କ ସୁତ୍ରରୁ ପ୍ରକାଶ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.