ଗଜଲକ୍ଷ୍ମୀଙ୍କ ଆଶିଷ ଭିକ୍ଷା କଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀ ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ସିଙ୍ଗପୁର ପଞ୍ଚାୟତ ଠାରେ ଅନୁଷ୍ଠିତ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ଯାଇ ମାଁ ଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର। ଏହା ସହିତ ଉକ୍ତ ଲକ୍ଷ୍ମୀ ପୂଜା ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସିଙ୍ଗପୁର ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତରେ ପରିଣତ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ । ସେହିଭଳି ନର୍ଲା ବ୍ଲକ ଅନ୍ତର୍ଗତ ମୁସ୍କୁଟୀ ପଞ୍ଚାୟତରେ ଅନୁଷ୍ଠିତ ମାଁ ଗଜଲକ୍ଷ୍ମୀ ପୂଜାରେ ସେ ଯୋଗଦେଇ ମାଁ ଙ୍କ ଆର୍ଶୀବାଦ ନେବାସହ ସ୍ଥାନୀୟ ଅଧିବାସୀଙ୍କ ସହ ଅଂଚଳର ବିକାଶ ଉପରେ ଆଲୋଚନା କରିଥିଲେ । ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷ ଶ୍ରୀ ପାଣିଆନଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ । ଓଡିଶା ବିକାଶ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବା ପାଇଁ ମୋର ଏକମାତ୍ର ପ୍ରୟାସ। ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଗୁଡିକ ବିଷୟରେ ଲୋକଙ୍କ ପର୍ଯ୍ୟନ୍ତ ବାର୍ତ୍ତା ପହଞ୍ଚାଇବା ପାଇଁ ମୋର ଜନ ସମ୍ପର୍କ ଯାତ୍ରା ଜାରି ରହିବ ବୋଲି ନିଜ ମତମତରେ କହିଛନ୍ତି ଯୁବ ସମାଜସେବୀ ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଶ୍ରୀ ଠାକୁର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.