ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ଥିବା କନ୍ଧମାଳ ଷ୍ଟାଡିୟମରେ ଏକ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀର ଟିମ୍ ଆସୋସିଏସନ୍ ଏବଂ ମିଡିଆ ଏକାଦଶ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କୃଷି ଅଧିକାରୀ ପ୍ରହଲ୍ଲାଦ କୁମାର ସେନାପତି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ, ଜିଲ୍ଲା ପ୍ରେସ କ୍ଲବ୍ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଦୁର୍ଗାପ୍ରସାଦ ଭୁୟାଁ ଆସୋସିଏସନ ତରଫରୁ ଅଧିନାୟକତ୍ବ କରିଥିବା ବେଳେ, ରଞ୍ଜନ କୁମାର ଦାସ ମିଡିଆ ଏକାଦଶ ଦଳର ଅଧିନାୟକତ୍ଵରେ ଉଭୟ ଦଳ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରିଥିଲେ। ଶେଷରେ ଟିମ୍ ଆସୋସିଏସନ୍ ବିଜେତା ହୋଇଥିବା ବେଳେ ମିଡିଆ ଏକାଦଶ ଉପବିଜେତା ହୋଇଥିଲା। ଉଭୟ ଦଳକୁ ଅତିଥି ମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.