କାଠ ପଟ୍ଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ; ଚାଳକ ସୁରକ୍ଷିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ଅଧିନସ୍ତ କଳିଙ୍ଗା ଠାରୁ ୫କି.ମି ଏକ ବୁଲାଣି ରାସ୍ତାରେ ଏକ କାଠ ପଟ୍ଟା ବୋଝେଇ ଟ୍ରକଟି ଆଗରେ ଥିବା ଆଉ ଏକ ଟ୍ରକକୁ ପଛ ଟ୍ରକକୁ ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ଓଲଟି ପଡିଛି। ସୌଭାଗ୍ୟବଶତଃ ଉଭୟ ଟ୍ରକର ଚାଳକ ସୁରକ୍ଷିତ ଥିବା ଜଣାପଡିଛି। ପ୍ରକାଶ ଯେ, ବୁଧବାର ଭୋର୍ ପ୍ରାୟ ୩ଟା ସମୟରେ ଗୁଜରାଟରୁ ବାଲିଶିରା ଆସୁଥିବା ଏକ କାଠ ପଟ୍ଟା ବୋଝେଇ ଟ୍ରକ ଯାଉଥିବା ବେଳେ ପଛପଟୁ ଆଉ ଏକ କାଠ ପଟ୍ଟା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ଖବର ପାଇ ଘଟଣା ସ୍ଥଳରେ ଜି.ଉଦୟଗିରି ପୁଲିସ ଓ କଳିଙ୍ଗା ବନପାଳ ରଶ୍ମିତା ବକ୍ସି ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଘଟଣାଟି ମୁଜାଗଡ ବାନାଞ୍ଚଳ ଅନ୍ତର୍ଗତ ହୋଇଥିବାରୁ କଳିଙ୍ଗା ବନପାଳ ରଶ୍ମିତା ବକ୍ସି ସେଠିକାର ବନରକ୍ଷୀଙ୍କୁ ସୁଚନା ଦେଇଥିବା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.