୨୫ ଟଙ୍କାରେ ମିଳିଲା ଏକ କିଲୋ ପିଆଜ; ବିକିଲେ କେନ୍ଦ୍ର ସରକାର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ:  ଖରିଫ ଫସଲ ଆସିବାରେ ବିଳମ୍ବ ହେବା କାରଣରୁ ପିଆଜ ଦର ବୃଦ୍ଧିରୁ ଉପଭୋକ୍ତା ମାନଙ୍କୁ ରକ୍ଷା କରିବା ପାଇଁ ସରକାର ବଫରରୁ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି । ଖାଉଟି ବ୍ୟାପାର ବିଭାଗ ଏନ୍ସିସିଏଫ୍, ନାଫେଡ, କେନ୍ଦ୍ରୀୟ ଭଣ୍ଡାର ଏବଂ ଅନ୍ୟ ରାଜ୍ୟ ନିୟନ୍ତ୍ରିତ ସମବାୟ ସମିତି ଦ୍ୱାରା ପରିଚାଳିତ ଖୁଚୁରା ଦୋକାନ ଏବଂ ମୋବାଇଲ ଭ୍ୟାନ ମାଧ୍ୟମରେ କିଲୋ ପିଛା ୨୫ ଟଙ୍କା ରିହାତି ମୂଲ୍ୟରେ ପିଆଜ ବିକ୍ରି ଆରମ୍ଭ କରିଛି । ନଭେମ୍ବର ୨ତାରିଖ ସୁଦ୍ଧା ନାଫେଡ୍ ୨୧ଟି ରାଜ୍ୟର ୫୫ଟି ସହରରେ ୩୨୯ଟି ରିଟେଲ୍ ପଏଣ୍ଟ ସ୍ଥାପନ କରିଛି । ଯେଉଁଥିରେ ଷ୍ଟେସନ୍ ଆଉଟଲେଟ୍ ଓ ମୋବାଇଲ୍ ଭ୍ୟାନ୍ ରହିଛି । ସେହିପରି ଏନ୍ସିସିଏଫ୍ ପକ୍ଷରୁ ୨୦ଟି ରାଜ୍ୟର ୫୪ଟି ସହରରେ ୪୫୭ଟି ରିଟେଲ ପଏଣ୍ଟ ସ୍ଥାପନ କରାଯାଇଛି ।

Omkar Vasthu
Omkar Vasthu

କେନ୍ଦ୍ରୀୟ ଭଣ୍ଡାର ମଧ୍ୟ ୩ ନଭେମ୍ବର, ୨୦୨୩ରୁ ଦିଲ୍ଲୀ – ଏନସିଆରରେ ଏହାର ଖୁଚୁରା ଦୋକାନ ମାଧ୍ୟମରେ ପିଆଜର ଖୁଚୁରା ଯୋଗାଣ ଆରମ୍ଭ କରିଛି  । ସଫଲ ମଦର ଡାଏରୀ ପକ୍ଷରୁ ବିକ୍ରି ଚଳିତ ସପ୍ତାହ ଶେଷରୁ ଆରମ୍ଭ ହେବ । ତେଲଙ୍ଗାନା ଏବଂ ଅନ୍ୟାନ୍ୟ ଦକ୍ଷିଣ ଭାରତ ରାଜ୍ୟରେ ଉପଭୋକ୍ତା ମାନଙ୍କୁ ପିଆଜର ଖୁଚୁରା ବିକ୍ରୟ ହାଇଦ୍ରାବାଦ କୃଷି ସମବାୟ ସଂଘ (ଏଚ୍ଏସିଏ) ଦ୍ୱାରା ହାତକୁ ନିଆଯାଉଛି ।

Pearl dental clinic
Near Ashish Medical Store, Bhawanipatna

ସୂଚନାଯୋଗ୍ୟ, ମୌସୁମୀ ବର୍ଷା ଓ ଧଳା ମାଛି ଉପଦ୍ରବ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବା କାରଣରୁ ୨୦୨୩ ଜୁନ୍ ଶେଷ ସପ୍ତାହରୁ ଟମାଟୋ ଦର ବୃଦ୍ଧି ପାଇଥିବା ବେଳେ ସରକାର କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରର ଉତ୍ପାଦନକାରୀ ରାଜ୍ୟରୁ ଏନ୍ସିସିଏଫ୍ ଏବଂ ନାଫେଡ୍ ମାଧ୍ୟମରେ ଟମାଟୋ କ୍ରୟ କରି ପ୍ରମୁଖ ଉପଭୋକ୍ତା କେନ୍ଦ୍ର ଗୁଡିକରେ ଗ୍ରାହକଙ୍କୁ ଅତ୍ୟଧିକ ରିହାତି ଦରରେ ଯୋଗାଣ କରିଥିଲେ । କ୍ରୟ ହୋଇଥିବା ଟମାଟୋ ଖୁଚୁରା ଉପଭୋକ୍ତାଙ୍କୁ ରିହାତି ଦରରେ ବିକ୍ରି କରାଯାଉଥିଲା । କିଲୋ ପିଛା ୯୦ ଟଙ୍କାରୁ ଆରମ୍ଭ ହୋଇ ଏହା କ୍ରମାଗତ ଭାବେ ୪୦ ଟଙ୍କାକୁ ହ୍ରାସ ପାଇଛି । ଖୁଚୁରା ହସ୍ତକ୍ଷେପ ମାଧ୍ୟମରେ , ଟମାଟୋ ଖୁଚୁରା ମୂଲ୍ୟ ଅଗଷ୍ଟ ପ୍ରଥମ ସପ୍ତାହରେ କିଲୋ ପିଛା ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ ହାରାହାରି ଖୁଚୁରା ମୂଲ୍ୟ ୧୪୦ ଟଙ୍କାରୁ ହ୍ରାସ ପାଇ ସେପ୍ଟେମ୍ବର, ୨୦୨୩ ପ୍ରଥମ ସପ୍ତାହ ସୁଦ୍ଧା କିଲୋ ପିଛା ପ୍ରାୟ ୪୦ ଟଙ୍କା ହୋଇ ଯାଇଥିଲା ।

Udyog Nursery
Udyogi Nursery

ଡାଲି ଅଧିକାଂଶ ଭାରତୀୟ ପରିବାର ପାଇଁ ପୁଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଅଟେ । ସାଧାରଣ ପରିବାରକୁ ଡାଲିର ଉପଲବ୍ଧତା ଏବଂ ସୁଲଭ ମୂଲ୍ୟରେ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ୧ କେଜି ପ୍ୟାକ୍ ନିମନ୍ତେ କିଲୋ ପିଛା ୬୦ ଟଙ୍କା ଏବଂ ୩୦ କେଜି ପ୍ୟାକ୍ ପାଇଁ କିଲୋ ପିଛା ୫୫ ଟଙ୍କା ରିହାତି ମୂଲ୍ୟରେ ଭାରତ ଡାଲି ଆରମ୍ଭ କରିଛନ୍ତି । ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ନାଫେଡ, ଏନସିସିଏଫ, କେନ୍ଦ୍ରୀୟ ଭଣ୍ଡାର, ସଫଲ ଏବଂ ରାଜ୍ୟ ନିୟନ୍ତ୍ରିତ ସମବାୟ ସମିତି ମାଧ୍ୟମରେ ଗ୍ରାହକ ମାନଙ୍କୁ ଖୁଚୁରା ବିକ୍ରୟ ଏବଂ ସେନାକୁ, ସିଏପିଏଫ୍କୁ ଏବଂ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ଯୋଗାଣ ପାଇଁ ଭାରତ ଡାଲି ଉପଲବ୍ଧ କରାଯାଏ ।

ବର୍ତ୍ତମାନ ସୁଦ୍ଧା ୩.୨ ଲକ୍ଷ ମେଟ୍ରିକ୍ ଟନ୍ ଚଣା ଷ୍ଟକ୍କୁ ରୂପାନ୍ତରଣ ପାଇଁ ଆବଣ୍ଟନ କରାଯାଇଥିବା ବେଳେ ସେଥି ମଧ୍ୟରୁ ୭୫,୨୬୯ ମେଟ୍ରିକ୍ ଟନ୍ ମିଲିଂ କରାଯାଇଛି ଏବଂ ୨୮୨ଟି ସହରରେ ୩୦୧୦ଟି ରିଟେଲ ପଏଣ୍ଟ (ଷ୍ଟେସନାରୀ ଆଉଟଲେଟ୍ ମୋବାଇଲ୍ ଭ୍ୟାନ୍) ମାଧ୍ୟମରେ ୫୯,୧୮୩ ମେଟ୍ରିକ୍ ଟନ୍ ଉତ୍ପାଦନ କରାଯାଇଛି । ସାରା ଦେଶରେ ଉପଭୋକ୍ତା ମାନଙ୍କୁ ୪ ଲକ୍ଷ ଟନ୍ରୁ ଅଧିକ ଭାରତ ଡାଲି ଉପଲବ୍ଧ କରାଇବା ପାଇଁ ଆଗାମୀ ଦିନରେ ଭାରତ ଡାଲିର ଯୋଗାଣ ବୃଦ୍ଧି କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.