ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ତରଫରୁ ସମଗ୍ର ଦେଶରେ ୩୦ ଅକ୍ଟୋବର ରୁ ୫ ନଭେମ୍ବର ପର୍ୟ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଆଜି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଉନ୍ନୟନ ଅଧିକାରୀ ଅଶ୍ଵିନି ମେହେର ଏବଂ ବକ୍ତାଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ରାଧାକାନ୍ତ ଗଡତିଆ ପ୍ରମୁଖ ଯୋଗଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଉଦ୍ଦିଷ୍ଟ ନାଗରିକ ଙ୍କ ପାଇଁ ସାଧୁତାର ଶପଥପାଠ କରାଇଥିଲେI

ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ର ଇନିସପେକ୍ଟର ତୁଷାରକାନ୍ତ ମହାପାତ୍ର ଦିବସର ତାତ୍ପର୍ଯ୍ୟ ତଥା ବିଭାଗର ଉଦ୍ଦେଶ୍ଯ ଏବଂ ସଫଳତା ସମ୍ବନ୍ଧରେ ସୂଚନା ଦେଇଥିଲେ l ଅତିଥି ମାନେ ଦୁର୍ନୀତି କିଭଳି ଭାବରେ ଆମ ଦେଶର ପ୍ରଭୂତ କ୍ଷତି ସାଧନ କରୁଛି ଏବଂ ଏହି ବର୍ଷ ପାଇଁ ଥିବା ଥିମ୍ ଦୁର୍ନୀତି କୁ ବିରୋଧ କରିବା ରାଷ୍ଟ୍ର ପ୍ରତି ସମର୍ପିତ ହେବା ବିଷୟ ଉପରେ ନିଜ ନିଜର ମତ ରଖିଥିଲେ l ଏକ ସୁନ୍ଦର ଦୁର୍ନୀତି ମୁକ୍ତ ଭବିଷ୍ୟତ ଗଢିବା ର ଗୁରୁ ଦାୟିତ୍ବ ଯୁବ ସମାଜ ଏବଂ ଛାତ୍ରଛାତ୍ରୀମାନଙ୍କ ଉପରେ ରହିଥିବା ସୂଚନା ଦେଇଥିଲେ I ସମସ୍ତେ ଜୀବନ ର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ସହିତ ଆଇନ ର ଅନୁପାଳନ କରି ଲାଞ୍ଚ ଦେବି ନାହିଁ କି ନେବି ନାହିଁ ବୋଲି ପ୍ରତିଜ୍ଞା କଲେ ସମାଜରୁ ଦୁର୍ନୀତି ମୂଳୋତ୍ପାଟନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ I ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନି କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ l ଏହି ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ, ସେକ୍ସନ୍ ଅଫିସର, କର୍ମଚାରୀ, ଦୁର୍ନିତୀ ନିବାରଣ ବିଭାଗର କର୍ମଚାରୀ, ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ମିସନ୍ ଶକ୍ତି ର କର୍ମକର୍ତ୍ତା, ଗଣ ମାଧ୍ୟମର ପ୍ରତିନିଧି, ସହରର ସଚେତନ ନାଗରିକ ଅଂଶ ଗ୍ରହଣ କରି ଥିଲେ l ସପ୍ତାହ ପାଳନ ଅବସରରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆନୁକୁଲ୍ୟରେ କାର୍ଟୁନ ମେକିଂ, ତର୍କ ପ୍ରତିଯୋଗିତା, ସ୍ଲୋଗାନ ରାଇଟିଂ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହାର କୃତି ପ୍ରତିଯୋଗୀମାନେ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l ସପ୍ତାହ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ସମସ୍ତ କର୍ମଚାରୀ ସହାୟତା କରିଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.